31.1 C
Bhubaneswar
Friday, October 23, 2026
Homeଓଡିଶାଟାୟାର ଫାଟି ଓଲଟିଲା ଡିଜେ ଗାଡ଼ି: ଜଣେ ମୃତ

ଟାୟାର ଫାଟି ଓଲଟିଲା ଡିଜେ ଗାଡ଼ି: ଜଣେ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ନିକଟରେ ବଡ଼ ଦୁର୍ଘଟଣା। ଟାୟାର ଫାଟିଯିବାରୁ ଦୁର୍ଘଟଣାଗ୍ରସ୍ତ ହେଲା ଡିଜେ ଗାଡ଼ି। ଏଥିରେ ୧୦ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ଜଣକର ମୃତ୍ୟୁ ହୋଇଥିବା ପ୍ରାଥମିକ ସୂଚନା ମିଳିଛି।ସୂଚନା ଅନୁଯାୟୀ, ଧର୍ମଗଡ଼ରୁ ମାଲକାନଗିରି ଅଭିମୁଖେ ଆସୁଥିବା ଡିଜେ ଗାଡ଼ିଟି ମାଥିଲି ନିକଟ ଅଁଳାଯୋଡ଼ି ପାଖରେ ଦୁର୍ଘଟଣାର ଶିକାର ହୋଇଛି। ଆଜି ସକାଳ ପ୍ରାୟ ୭ଟା ସମୟରେ ମାଲକାନଗିରି ଆସୁଥିବା ଡିଜେ ଗାଡ଼ିର ଟାୟାର ଫାଟିଯିବାରୁ ଏହି ଅଘଟଣ ଘଟିଥିବା ପ୍ରାଥମିକ ସୂଚନା ରହିଛି। ଦୁର୍ଘଟଣାରେ ୧୦ରୁ ଅଧିକ ଜଣ ଆହତ ହୋଇଥିବାବେଳେ, ସେମାନଙ୍କୁ ଚିକିତ୍ସା ପାଇଁ ମାଥିଲି ଡାକ୍ତରଖାନାକୁ ନିଆଯାଇଛି। ତେବେ ଆହତଙ୍କ ଅବସ୍ଥା ଓ ଦୁର୍ଘଟଣାର ତଦନ୍ତ କରୁଛି ମାଥିଲି ପୁଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking