31.1 C
Bhubaneswar
Friday, October 23, 2026
Homeଦେଶ ବିଦେଶତିବ୍ବତରେ ଭୟଙ୍କର ଭୂକମ୍ପ: ୧୬ ମୃତ

ତିବ୍ବତରେ ଭୟଙ୍କର ଭୂକମ୍ପ: ୧୬ ମୃତ

ନୂଆଦିଲ୍ଲୀ: ଭୂକମ୍ପ ଝଟକାରେ ଦୋହଳିଲା ତିବ୍ଦତ। ଗତକାଲି ତିବ୍ଦତରେ ୭.୦ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି। ଚାଇନା ଆର୍ଥକ୍ୱାକ୍ ନେଟୱାର୍କସ ସେଣ୍ଟର ତଥ୍ୟ ଅନୁଯାୟୀ ଉତ୍ତର ତିବ୍ଦତର ନାଗକୁକାଉଣ୍ଟି ଭୂକମ୍ପ ଝଟକାରେ ଥରି ଉଠିଛି। ଏହାର କେନ୍ଦ୍ରସ୍ଥଳ ୧୦ କିମି ଗଭୀରତାରେ ରହିଛି। ଏହି ଭୂମିକମ୍ପରେ ୧୬ ଜଣଙ୍କ ମୃତ୍ୟୁ ହୋଇଛି। ୩୨ ଜଣ ଆହତଙ୍କୁ ଘର ଭଗ୍ନାବଶେଷ ତଳୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଅତି ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଭୂକମ୍ପ ଝଟକାରେ ୩୩୯ ଘର ଭାଙ୍ଗି ମାଟିରେ ମିଶିଛି। ବହୁ ଲୋକ ଏବେ ଘରର ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଚୀନ ପ୍ରଶାସନ ପକ୍ଷରୁ ନାଗକୁ ସହରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଅଞ୍ଚଳରେ ଆକସ୍ମିକ ବନ୍ୟା ତାଣ୍ଡବ ରଚିବାର କିଛି ସପ୍ତାହ ପରେ ଏହି ଭୂମିକମ୍ପ ହୋଇଥିବାରୁ ହିମାଳୟ ଅଞ୍ଚଳରେ ପୁଣି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ ପାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking