31.1 C
Bhubaneswar
Tuesday, October 20, 2026
Homeଓଡିଶାଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ନବଦିନାତ୍ମକ ରଥଯାତ୍ରା

ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ନବଦିନାତ୍ମକ ରଥଯାତ୍ରା

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଶେଷ ହୋଇଛି ନବଦିନାତ୍ମକ ରଥଯାତ୍ରା ଓ ଷୋଡ଼ଶ ଉପଚାର ପୂଜା। ମା’ ବିରଜାଙ୍କ ପୀଠରେ ଗତକାଲି ସନ୍ଧ୍ୟାରେ ରଥଟଣା ଶେଷ ହେବାପରେ ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ବ ଅନୁଷ୍ଠିତ ହୋଇଥିଲା। ମା’ଙ୍କୁ ସ୍ବାଗତ କରିବା ପାଇଁ ପ୍ରତି ଘର ଆଗରେ କଳସ ସ୍ଥାପନ କରି ଧୂପଦୀପରେ ବନ୍ଦାପନା କରିଥିଲେ ଶ୍ରଦ୍ଧାଳୁ।

ମହାନବମୀ ସହ ଶେଷ ହୋଇଛି ମା’ ବିରଜାଙ୍କ ପୀଠରେ ଚାଲିଥିବା ନବରାତ୍ର ପୂଜା ଓ ରଥଯାତ୍ରା ପର୍ବ। ସୋମବାର ସନ୍ଧ୍ୟାରେ ନବଦିନାତ୍ମକ ରଥଯାତ୍ରା ପରିସମାପ୍ତ ହେବା ପରେ ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ବିରାଟ ପଟୁଆରରେ ଲାଖବିନ୍ଧା ପଡ଼ିଆକୁ ବିଜେ କରିଥିଲେ ମା’ଙ୍କ ବିଜେପ୍ରତିମା। ସେଠାରେ ମୁଖ୍ୟପୁରୋଧାଙ୍କ ତତ୍ତ୍ୱାବଧାନରେ ଯଥାରୀତି ପୂଜାର୍ଚ୍ଚନା କରାଯାଇଥିଲା। ପରମ୍ପରା ଅନୁସାରେ ସମାଜରୁ ପାପ ନାଶ କରିବା ତଥା ମହିଷାସୁରକୁ ବଧ କରିବା ଉଦ୍ଦେଶ୍ୟରେ ଚତୁର୍ଦିଗକୁ ସର କ୍ଷେପଣ କରାଯାଇଥିଲା। ପରେ ନଅରପଦା ଦେଇ ମା’ଙ୍କୁ ଶୋଭାଯାତ୍ରାରେ ଅଣାଯାଇଥିଲା। ରାସ୍ତାସାରା ଶ୍ରଦ୍ଧାଳୁମାନେ ଧୂପଦୀପ ଦେଇ ମା’ଙ୍କୁ ବନ୍ଦାପନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking