ଗଞ୍ଜାମ : ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଲକ୍ଷ୍ମୀପୁର ଗାଁ ନିକଟରେ ଜଣେ ଯୁବକଙ୍କୁ ତଣ୍ଟିକାଟି ନିର୍ମମ ଭାବେ ହତ୍ୟା କରାଯାଇଛି । ଯୁବକଙ୍କ ନାଁ ସନ୍ତୋଷ ରାଉତ । ତାଙ୍କ ଘର ସ୍ଥାନୀୟ ତଳସାହିରେ । ସକାଳେ ସନ୍ତୋଷ ଜଣେ ବନ୍ଧୁଙ୍କ ସହ ଏକ ମୋଟର ସାଇକେଲରେ ବସି ଯାଉଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ କିଛି ସମୟ ପରେ ତାଙ୍କ ରକ୍ତ ଯୁଡୁବୁଡୁ ଶବ ଏକ ଗଛ ମୂଳରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ଯୁବକଙ୍କ ତଣ୍ଟି ଏବଂ ପେଟରେ ଗୁରୁତର ଆଘାତ ଲାଗିଥିଲା । ପୁଲିସ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିଥିଲା ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ହତ୍ୟାକାଣ୍ଡ ପଛରେ କଣ ରହିଛି ରହସ୍ୟ ଏବଂ ହତ୍ୟାକାରୀ ଜଣକ କିଏ, ସେନେଇ ପୁଲିସ ଅନୁସନ୍ଧାନ ଜାରି ରହିଛି ।










