31.1 C
Bhubaneswar
Tuesday, October 20, 2026
Homeଓଡିଶାଆଜିଠୁ ୫ ଦିନ ଧରି ପାଟଖଣ୍ଡା ଯାତ୍ରା: ଚଳଚଞ୍ଚଳ ଜରାସିଂହା

ଆଜିଠୁ ୫ ଦିନ ଧରି ପାଟଖଣ୍ଡା ଯାତ୍ରା: ଚଳଚଞ୍ଚଳ ଜରାସିଂହା

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ର ଜରାସିଂହାଠାରେ ଆଜିଠାରୁ ପାଞ୍ଚ ଦିନ ଧରି ପାଟଖଣ୍ଡା ଯାତ୍ରା ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ମୂଳାଷ୍ଟମୀ ତିଥିରୁ ମନ୍ଦିରରେ ଚାଲିଥିବା ଷୋଳ ଉପଚାର ପୂଜା ଶେଷ ହେବା ପରେ ମା’ ପାଟଖଣ୍ଡାଙ୍କ ଖଣ୍ଡା ଧୁଆ ପରମ୍ପରା ପାଳନ କରାଯାଇଥିଲା।୩୨ ଜଣ ଦେହୁରୀ ଏକ ପଟୁଆରରେ ମନ୍ଦିରରୁ ବାହାରି ସୋନଗଡ଼ ନଦୀକୁ ଯାଇ ଖଣ୍ଡା ଧୋଇ ଆଣିଥିଲେ। ଏହାପରେ ପାଟ ସିନ୍ଦୂର ରବିବାର ରାତିରେ ମନ୍ଦିରରେ ପହଞ୍ଚିଥିଲା।ପାରମ୍ପରିକ ରୀତିନୀତି ଅନୁଯାୟୀ, ଗାଁ ଲୋକଙ୍କ ସହ ୩୨ ଜଣ ଦେହୁରୀ ଗାଁ ମୁଣ୍ଡକୁ ଯାଇ ପାଟଣାଗଡ଼ର ମା’ ପାଟଣେଶ୍ୱରୀ ମନ୍ଦିରରୁ ପାଟ ସିନ୍ଦୂର ଧରି ପାଦରେ ଚାଲି ଚାଲି ଆସିଥିବା ସେବକଙ୍କୁ ସ୍ୱାଗତ କରିଥିଲେ। ଜମିଦାର ଦୁର୍ଗା ପ୍ରସାଦ ସିଂଦେଓ ଓ ବରୁଆ ସନ୍ତୋଷ ଥନାପତି ପାଟ ସିନ୍ଦୂରକୁ ବରଣ କରି ମନ୍ଦିର ଭିତରକୁ ନେବା ସମୟରେ ଜରାସିଂହା ଗାଁ ଲୋକାରଣ୍ୟ ହୋଇପଡ଼ିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking