31.1 C
Bhubaneswar
Tuesday, October 20, 2026
Homeଦେଶ ବିଦେଶକୁର୍ଲାରେ ୧୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ଆହତ

କୁର୍ଲାରେ ୧୩ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ : ୯ ଆହତ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁମ୍ବାଇର କୁର୍ଲାର ପଶ୍ଚିମ ଅଞ୍ଚଳରେ ସକାଳ ପ୍ରାୟ ୬ଟା ୫୩ ସମୟରେ ଏକ ୧୩ ମହଲା ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୯ ଜଣ ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ନଗର ନିଗମ ଏବଂ ଅଗ୍ନିଶମ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ରାଜାୱାଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ଆହତ ବିପଦମୁକ୍ତ ଥିବା ଜଣାପଡ଼ିଛି। ଆହତମାନଙ୍କ ମଧ୍ୟରେ ଜଣେ ପାଞ୍ଚ ବର୍ଷର ପୁଅ, ଜଣେ ୧୪ ବର୍ଷର ଝିଅ ଏବଂ ଜଣେ ୧୭ ବର୍ଷର ଝିଅ ଅଛନ୍ତି ।

ଅନ୍ୟ ଆହତମାନଙ୍କ ମଧ୍ୟରେ ୧୮ ରୁ ୬୫ ବର୍ଷ ବୟସର ବ୍ୟକ୍ତି ଅଛନ୍ତି।ବୃହନ୍‌ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ(ବିଏମସି) ଅଧିକାରୀଙ୍କ ଅନୁଯାୟୀ, କୁର୍ଲା ପଶ୍ଚିମରେ ଥିବା କୋହିନୂର ଏଚଡିଆଇଏଲ କୋଠା ନମ୍ବର ୫ ରେ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡର ମୁଖ୍ୟ କାରଣ ବିଦ୍ୟୁତ୍ ତାର ଏବଂ ଡକ୍ଟୱାର୍କ ବୋଲି ଅନୁମାନ କରାଯାଉଛି, ଯାହା ଦ୍ରୁତ ଗତିରେ ଉପର ମହଲାକୁ ବ୍ୟାପିଯାଇଥିଲା। ସକାଳୁ ସକାଳୁ ହଠାତ୍ ଘଟିଥିବା ଏହି ଘଟଣା ନେଇ କୋଠାର ବାସିନ୍ଦାମାନେ ଭୟଭୀତ ହୋଇଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking