ନୂଆଦିଲ୍ଲୀ : ଦଶହରା ପାଇଁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଆପଣ ସମସ୍ତଙ୍କୁ ବିଜୟାଦଶମୀର ଶୁଭକାମନା । ଖୁସି ଓ ବିଶ୍ବାସର ଏହି ପର୍ବ ବିଜୟ ପର୍ବ ସଭିଁଙ୍କ ସଂକଳ୍ପକୁ ନୂଆ ଶକ୍ତି ଯୋଗାଉ । ସମସ୍ତଙ୍କ ପାଇଁ ସୁଖ, ସୌଭାଗ୍ୟ ଓ ସଫଳତା କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦଶହରା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ସମସ୍ତଙ୍କର ସୁଖ, ସମୃଦ୍ଧି ଓ ସଫଳତା କାମନା କରିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର ‘ବିଜୟା ଦଶମୀ’ ତଥା ଦଶହରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ।









