ନଠୁଆବର: ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ସମୟରେ ଜଣେ ଯୁବକ ପାଣିରେ ବୁଡ଼ିନିଖୋଜ ହୋଇଯାଇଛନ୍ତି। ନିଖୋଜ ଯୁବକ ଜଣକ ରସୁଲପୁର ବ୍ଲକ ଗୋପାଳପୁର ଗ୍ରାମର ଗୁରୁଚରଣ ବେହେରାଙ୍କ ପୁଅ ହରିହର ବେହେରା (୧୮) ବୋଲି ଜଣାପଡିଛି। ସେ ବାପାଙ୍କର ଏକମାତ୍ର ପୁଅଏବଂ ପ୍ଲସ ଟୁ ରେ ପାଠ ପଢୁଥିଲେ।ଆଜି ସକାଳ ୮.୩୦ ମିନିଟ୍ ସମୟରେ ଗୋପାଳପୁର ଠାରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ସେ ବୁଡ଼ି ଯାଇଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। କୁଆଖିଆ ପୁଲିସ ଓ ଗୋପାଳପୁର ସରପଞ୍ଚ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।










