30.1 C
Bhubaneswar
Sunday, October 18, 2026
Homeଓଡିଶାଆଜି ମା’ ସମଲେଶ୍ୱରୀଙ୍କ ମହାଗୌରୀ ବେଶ

ଆଜି ମା’ ସମଲେଶ୍ୱରୀଙ୍କ ମହାଗୌରୀ ବେଶ

ବରଗଡ଼ : ଶାରଦୀୟ ନବରାତ୍ର ପୂଜା ଅବସରରେ ରବିବାର ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ଭକ୍ତମାନେ ଧୂପ, ଦୀପ ପୁଷ୍ପ ଧରି ମନ୍ଦିରକୁ ଆସିଥିବାବେଳେ ଭକ୍ତମାନଙ୍କ ଦ୍ୱାରା ମାନସିକ ଅଖଣ୍ଡ ଦୀପ ପ୍ରଜ୍ବଳନ କରାଯାଇଛି । ସ୍ଥାନୀୟ ମା’ ଶ୍ୟାମାକାଳୀ ମନ୍ଦିର ସମେତ ଅନ୍ୟ ଶକ୍ତିପୀଠଗୁଡ଼ିକରେ ମଧ୍ୟ ନବରାତ୍ର ପୂଜା ଚାଲିଥିବାବେଳେ ଦେବୀଙ୍କୁ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ଭିଡ଼ ହୋଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking