32.1 C
Bhubaneswar
Saturday, October 17, 2026
Homeଓଡିଶାଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡିରୁ ମିଳିଲା ୭.୨୮ ଲକ୍ଷ

ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡିରୁ ମିଳିଲା ୭.୨୮ ଲକ୍ଷ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ମହାନଦୀ ନର୍ଦ୍ଦର୍ଣ୍ଣ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନଜିତ ଦାସ । ତାଙ୍କ ଗାଡି ଓ ଭଡା ଫ୍ଲାଟରୁ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ନଗଦ ଜବତ କରିଛି ଭିଜିଲାନ୍ସ । ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ଅଭିଯୋଗକୁ ନେଇ ତାଙ୍କୁ ଅଟକାଇ ଯାଞ୍ଚ କରିବା ପରେ ଏହି ଟଙ୍କା ଜବତ କରାଯାଇଛି । ସୂଚନା ଅନୁସାରେ , ବିଳମ୍ବିତ ରାତିରେ ଭୁବନେଶ୍ୱରରେ ଏଜି ଛକ ନିକଟରେ ପ୍ରସନ୍ନଜିତ ଦାସଙ୍କ ଗାଡିକୁ ଅଟକାଇଥିଲା ଭିଜିଲାନ୍ସ । ସରକାରୀ କାର୍ଯ୍ୟରେ ନିୟୋଜିତ ଗାଡିରେ ସେ ନଗଦ ଟଙ୍କା ନେଇ ଯାଉଥିବା ବେଳେ ଯାଞ୍ଚ କରାଯାଇଥିଲା । ଗାଡିରୁ ୭ ଲକ୍ଷ ୨୮ ହଜାର ଟଙ୍କା ମିଳିଥିଲା । ଟଙ୍କାର ଉତ୍ସ ସମ୍ପର୍କରେ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିବାରୁ ଭିଜିଲାନ୍ସ ଏହାକୁ ଜବତ କରିଥିଲା । ଏହାପରେ ଶନିବାର ସକାଳେ ଭୁବନେଶ୍ୱର ଘାଟିକିଆସ୍ଥିତ ତାଙ୍କ ଭଡ଼ା ଫ୍ଲାଟ୍‌ରେ ଚଢ଼ାଉ କରାଯାଇଥିଲା। ସେଠାରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ନଗଦ ଜବତ ହୋଇଛି। ଏହିପରି ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।ଅନ୍ୟପଟେ, ବରଗଡ଼ସ୍ଥିତ ପ୍ରସନ୍ନଜିତ୍ ଦାସଙ୍କ ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ତାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ଭିଜିଲାନ୍ସ। ଟଙ୍କାର ଉତ୍ସ ଏବଂ ଲାଞ୍ଚ ଅଭିଯୋଗର ସତ୍ୟତା ନେଇ ତଦନ୍ତ ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking