32.1 C
Bhubaneswar
Saturday, October 17, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ଅଭିଯୋଗ

ଛାତ୍ର ସଂସଦ ନିର୍ବାଚନକୁ ନେଇ ନବୀନଙ୍କ ବଡ଼ ଅଭିଯୋଗ

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ନିର୍ବାଚନରେ ସରକାର କଳ, ବଳ ଓ କୌଶଳ ପ୍ରୟୋଗ କରିଥିବା ସେ ଅଭିଯୋଗ କରିଛନ୍ତି। ଏଥିସହ ନିର୍ବାଚନରେ ଟଙ୍କା ଖର୍ଚ୍ଚ କରାଯିବା ସହ କ୍ଷମତାର ଅପବ୍ୟବହାର ହୋଇଥିବା ନବୀନ ଦାବି କରିଛନ୍ତି । ଛାତ୍ର ସଂସଦ ନିର୍ବାଚନକୁ କେନ୍ଦ୍ର କରି ନବୀନଙ୍କ ଏହି ଅଭିଯୋଗ ପରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ତେବେ ନିର୍ବାଚନରେ ଅର୍ଥ ଖର୍ଚ୍ଚ ଓ କ୍ଷମତାର ଅପବ୍ୟବହାର ନେଇ ନବୀନ ଆଣିଥିବା ଅଭିଯୋଗ ସମ୍ପର୍କରେ ସରକାରଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନି। 8 ବର୍ଷ ପରେ ଆୟୋଜିତ ଚଳିତ ଛାତ୍ର ସଂସଦ ନିର୍ବାଚନରେ ରାଜ୍ୟରେ ଭଲ ପ୍ରଦର୍ଶନ କରିଥିଲା ଏବିଭିପି। ତେବେ ସବୁ କଲେଜରେ ଟକ୍କର ଦେଇଥିଲା ବିସିଜେଡି । ସେହିପରି କଂଗ୍ରେସର ଛାତ୍ର ସଂଗଠନ ଏନଏସୟୁଆଇ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏହାରି ଭିତରେ ନବୀନଙ୍କ ଅଭିଯୋଗକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking