33.1 C
Bhubaneswar
Monday, October 12, 2026
Homeଓଡିଶା୨୦୨୭ ସୁଦ୍ଧା ଗଞ୍ଜେଇ ମୁକ୍ତ ହେବ କନ୍ଧମାଳ !

୨୦୨୭ ସୁଦ୍ଧା ଗଞ୍ଜେଇ ମୁକ୍ତ ହେବ କନ୍ଧମାଳ !

କନ୍ଧମାଳ : ୨୦୨୭ ସୁଦ୍ଧା କନ୍ଧମାଳକୁ ଗଞ୍ଜେଇମୁକ୍ତ କରିବାକୁ ପଦକ୍ଷେପ । ଏ ନେଇ ପୁଲିସର କଡ଼ା ଆଭିମୁଖ୍ୟ । ଗଞ୍ଜେଇ ଚାଷ ନଷ୍ଟ କରିବା ସହ ଚାଷୀଙ୍କ ବିରୋଧରେ ଚାଲିଛି କାର୍ଯ୍ୟାନୁଷ୍ଠାନ । କନ୍ଧମାଳ ସଦର ଥାନା କାକେନ୍ଦ୍ରୀ ଅଞ୍ଚଳରେ ଚଢ଼ାଉ କରି ଗଞ୍ଜେଇ ଗଛ ନଷ୍ଟ କରିବା ସହ ୩ ଗଞ୍ଜେଇ ଚାଷୀଙ୍କୁ ଗିରଫ କରିଛି ପୁଲିସ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗଞ୍ଜେଇ ଚାଷ ଛାଡ଼ି ବିକଳ୍ପ ଚାଷ ଓ ଅନ୍ୟ ଜୀବିକା ଆପଣାଇବାକୁ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି କନ୍ଧମାଳ ଏସ୍‌ପି । ଦୁଇ ଦିନ ତଳେ କନ୍ଧମାଳ ଗସ୍ତରେ ଆସି ଆଇଜି ହିମାଂଶୁ ଲାଲ୍‌ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଗଞ୍ଜେଇ ଚାଷ ହେଉଥିବା ଅଞ୍ଚଳକୁ ଯାଇ ଗଛ କାଟିବା ଅଭିଯାନରେ ସାମିଲ ହୋଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking