30.1 C
Bhubaneswar
Monday, October 12, 2026
Homeଦେଶ ବିଦେଶହର୍ମୁଜ୍‌ରେ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ : ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା

ହର୍ମୁଜ୍‌ରେ ଭାରତୀୟ ନାବିକଙ୍କ ଉପରେ ଆକ୍ରମଣ : ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ହର୍ମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଛି । ୧୧ ଜଣ ଭାରତୀୟ ନାବିକଙ୍କୁ ନେଇ ଯାଉଥିବା ଏମଟି ପେଟ୍ରୋ ଡଲଫିନ ଜାହାଜ ଉପରେ ଡ୍ରୋନ ଦ୍ୱାରା ଆକ୍ରମଣ କରାଯାଇଛି । ଏଥିରେ ଥିବା ୧୧ ଜଣ ଭାରତୀୟ ନାବିକଙ୍କ ମଧ୍ୟରୁ ଦୁଇଜଣ ନିଖୋଜ ଅଛନ୍ତି । ଏହା ସହିତ ମାର୍ଶାଲ ଦ୍ୱୀପପୁଞ୍ଜ – ପତାକା ଥିବା ଟ୍ୟାଙ୍କର ଏମଟି ଭାଲଥେରିଆକୁ ଏକ ଅଜଣା ବସ୍ତୁ ଦ୍ୱାରା ଆଘାତ କରାଯାଇଥିଲା । ଯାହା ଫଳରେ ଜାହାଜରେ ନିଆଁ ଲାଗିଯାଇଥିଲା । ଏମଟି ଭୋଲେଥେରିଆରେ ଥିବା ସମସ୍ତ ୧୧ ଜଣ ଭାରତୀୟ ଦ୍ୱତାବାସ ନାବିକ ସୁରକ୍ଷିତ ଥିବା ରିପୋର୍ଟ କରାଯାଇଛି । ବୈଦେଶିକ ମନ୍ତ୍ରଣାଳୟ କହିଛି, ମସ୍କଟରେ ଥିବା ଭାରତୀୟ ଦୂତାବାସ ପରିସ୍ଥିତି ଉପରେ କଡା ନଜର ରଖିଛି ଏବଂ ନିଖୋଜ ଭାରତୀୟଙ୍କୁ ଉଦ୍ଧାର କରିବା ଏବଂ ଭାରତୀୟ କ୍ରୁ ସଦସ୍ୟଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ଓମାନ କର୍ତ୍ତୃପକ୍ଷ ଏବଂ ସମ୍ପୃକ୍ତ ଜାହାଜ ପରିଚାଳନା କମ୍ପାନିଗୁଡିକ ସହିତ ସମନ୍ୱୟ ସ୍ଥାପନ କରୁଛି । ଆମେ ଆଶା କରୁଛୁ ଯେ ଶୀଘ୍ର ପରିସ୍ଥିତିରେ ଉନ୍ନତି ଆସିବ। ଭାରତୀୟ ନାବିକଙ୍କ ସୁରକ୍ଷା ଭାରତ ସରକାରଙ୍କ ପାଇଁ ପ୍ରାଥମିକତା ରହିଛି। ଏହି ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ବାରମ୍ବାର ଆକ୍ରମଣ ଏକ ଗମ୍ଭୀର ଚିନ୍ତାର ବିଷୟ ଏବଂ ଏହା ପୂର୍ବରୁ ଥିବା ଭୟଙ୍କର ପରିସ୍ଥିତିକୁ ଆହୁରି ବଢ଼ାଇବାରେ ଲାଗିଛି ବୋଲି ବୈଦେଶିକ ମନ୍ତ୍ରଣାଳୟ ଉଦ୍‌ବେଗ ପ୍ରକାଶ କରିଛି। ଜାରି ରହିଥିବା ବିବାଦର ଯଥାଶୀଘ୍ର ସମାଧାନ କରିବା ପାଇଁ ଆଲୋଚନା ଏବଂ କୂଟନୀତିର ପଥ ଗ୍ରହଣ କରିବା ଉପରେ ବୈଦେଶିକ ମନ୍ତ୍ରଣାଳୟ ଗୁରୁତ୍ୱାରୋପ କରିଛି।ମନ୍ତ୍ରଣାଳୟ କହିଛି ଯେ, ସମସ୍ତ ପକ୍ଷ ଉତ୍ତେଜନା ହ୍ରାସ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଉଚିତ୍। ବାଣିଜ୍ୟିକ ଜାହାଜ, ନାବିକ ଏବଂ ବେସାମରିକ ଭିତ୍ତିଭୂମି ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରାଯିବା ଉଚିତ୍। ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଅନ୍ତର୍ଜାତୀୟ ଜଳପଥରେ ନୌଚାଳନା ସ୍ୱାଧୀନତା ସୁନିଶ୍ଚିତ କରିବା ଅତ୍ୟନ୍ତ ଜରୁରୀ। ନିରାପଦ, ଅବାଧ ଏବଂ ସୁଗମ ସାମୁଦ୍ରିକ ବାଣିଜ୍ୟ ବଜାୟ ରଖିବା ମଧ୍ୟ ଆବଶ୍ୟକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking