ଭୁବନେଶ୍ୱର: ଦୁର୍ଗାପୂଜା ଆରମ୍ଭରୁ ଭିଜିଲା ରାଜଧାନୀ। ଦିନ ଦ୍ୱିପହରରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାରୁ ଜନଜୀବନ ପ୍ରଭାବିତ ହୋଇଛି। ହଠାତ୍ ବର୍ଷା ଯୋଗୁଁ ରାସ୍ତାରେ ଗାଡ଼ି ଚଳାଚଳ ଧୀର ହୋଇଥିବା ବେଳେ ବିଭିନ୍ନ ଛକରେ ଟ୍ରାଫିକ୍ ଜାମ୍ ଦେଖିବାକୁ ମିଳିଛି। ବିଶେଷକରି ରସୁଲଗଡ଼ ଛକରେ ପ୍ରବଳ ଜାମ୍ ଯୋଗୁଁ ଲୋକେ ଦୀର୍ଘ ସମୟ ଧରି ଅଟକି ରହିଥିବା ଦେଖାଯାଇଛି।ଆଜି ମହାଷ୍ଠମୀରୁ ଦୁର୍ଗାପୂଜା ଆରମ୍ଭ ହୋଇଥିବାରୁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଭକ୍ତଙ୍କ ଭିଡ଼ ଜମିବା ଆରମ୍ଭ ହୋଇଛି। ତେବେ ପୂଜାର ପ୍ରଥମ ଦିନରେ ହଠାତ୍ ବର୍ଷା ଦାଉ ସାଧିଛି। ପ୍ରବଳ ବର୍ଷା ଯୋଗୁଁ ପୂଜା ମାହୋଲ ସାମାନ୍ୟ ଫିକା ପଡ଼ିବା ଆଶଙ୍କା ରହିଛି। ବର୍ଷା ମଧ୍ୟରେ ଅନେକ ଲୋକ ପୂଜାମଣ୍ଡପ ଓ ବଜାର ଅଭିମୁଖେ ବାହାରିଥିବାରୁ ରାସ୍ତାରେ ଗାଡ଼ି ଚାପ ମଧ୍ୟ ବଢ଼ିଛି।ଏଥିରେ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଗଞ୍ଜାମ ଭଳି ଜିଲ୍ଲା ରହିଛି। ତେଣୁ ପୂଜା ସମୟରେ ଘରୁ ବାହାରୁଥିବା ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବା ସହ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଦୁର୍ଗାପୂଜାକୁ ନେଇ ରାଜଧାନୀରେ ଉତ୍ସାହ ଚରମରେ ଥିବା ବେଳେ ବର୍ଷା ଏବେ ପୂଜା ଆୟୋଜକ, ବ୍ୟବସାୟୀ ଓ ଶ୍ରଦ୍ଧାଳୁଙ୍କ ଚିନ୍ତା ବଢ଼ାଇଛି ।










