31.1 C
Bhubaneswar
Thursday, October 15, 2026
Homeଦେଶ ବିଦେଶରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଯନ୍ତର ମନ୍ତରକୁ ପ୍ରତିବାଦ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରୁ ହଟାଇବା ବିରୋଧରେ ଆଗତ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସକୁ ଜବାବ୍ ତଲବ କରିଛନ୍ତି। ଯୁକ୍ତି ଉପସ୍ଥାପନ କରି ପୂର୍ବତନ ବିଚାରପତି ଏବଂ ବରିଷ୍ଠ ଓକିଲ ମୁକ୍ତା ଗୁପ୍ତା କହିଥିଲେ ଯେ, ପ୍ରତିବାଦ ସ୍ଥଳ ଏପରି ହେବା ଉଚିତ୍ ପ୍ରତିବାଦକାରୀଙ୍କ ସ୍ୱର ଉତ୍ତରଦାୟୀ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିପାରିବ।

ଏନେଇ ବିଚାରପତି ଜୟମାଲ୍ୟ ବାଗଚୀ କହିଛନ୍ତି ଯେ, ଶୁଣାଯିବାର ଅର୍ଥ ମଧ୍ୟ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିକୋଣରୁ ବୁଝିବା ଉଚିତ୍। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବିରୋଧୀ ନେତାମାନଙ୍କ ଦ୍ୱାରା ଦାୟର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଭାରତୀୟ ନିର୍ବାଚନ କମିସନ ଏବଂ ଅନ୍ୟମାନଙ୍କ ନିକଟକୁ ନୋଟିସ୍ ଜାରି କରିଛନ୍ତି। କୋର୍ଟ ଏହି ଆବେଦନ ଉପରେ ନିର୍ବାଚନ କମିସନ, ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଏବଂ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଯୋଶୀଙ୍କଠାରୁ ଜବାବ ଲୋଡ଼ିଛନ୍ତି। ଏସଆଇଆରରେ ଅନିୟମିତତା ଅଭିଯୋଗରେ ସୁପ୍ରିମକୋର୍ଟକୁ ପଦଯାତ୍ରା ପାଇଁ ଆହ୍ୱାନ କରାଯାଇଥିବା ଆବେଦନ ଉପରେ କୋର୍ଟ ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ ଅନ୍ୟମାନଙ୍କ ନିକଟକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking