ଜୟପୁର: କପଡା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ । କୋରାପୁଟ ଜୟପୁରର ଦୌରସାହି ଛକ ନିକଟ କପଡା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁରେ ଆଁରେ ଲକ୍ଷାଧିକ ଟଙ୍କାର ଲୁଗାପଟା ଜଳି ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି, ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ଯେ, ସର୍ଟ ସର୍କିଟରୁ ଗୋଦାମରେ ନିଆଁ ଲାଗିଥାଇପାରେ । ତେବେ ଆଶ୍ୱସ୍ତିକର କଥା ଯେ, ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି ।










