ଢେଙ୍କାନାଳ: କଲେଜ ସାଇନ ଏ ଡାଏ ଘୋଷଣା । ଢେଙ୍କାନାଳ ଓଦାପଡା ସ୍ଥିତ ଓପିଏସ କଲେଜକୁ ସାଇନ -ଏ -ଡାଏ ଘୋଷଣା କରାଯାଇଛି।କଲେଜରେ ଉତ୍ତେଜନା ବୃଦ୍ଧି ପାଇବା ଆଶଙ୍କାରେ ସାଇନ-ଏ ଡାଏ ଘୋଷଣା କରିଛନ୍ତି କର୍ତ୍ତୃପକ୍ଷ । ତେଣୁ ଆଗାମୀ ଦିନରେ ଆଉ ହୋଇପାରିବନି ଛାତ୍ର ସଂସଦ ନିର୍ବାଚନ ।ଗୁରୁବାର ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ବିଭିନ୍ନ କଲେଜରେ “ହ୍ଵାଏ ଆଇ ଷ୍ଟାଣ୍ଡସ ଫର” ମିଟିଂରେ ପ୍ରାର୍ଥୀମାନେ ଭାଷଣ ବାଜି କରିଛନ୍ତି । ହେଲେ ଏପଟେ ଢେଙ୍କାନାଳ ଜିଲ୍ଲାର ଓଡାପଡା ସ୍ଥିତ ଓପିଏସ ମହାବିଦ୍ୟାଳୟକୁ ଉତ୍ତେଜନା ଆଶଙ୍କାରେ ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଫଳରେ ଏହି କଲେଜର ଛାତ୍ର ସଂସଦ ନିର୍ବାଚନ ଆଉ ହୋଇପାରିବ ନାହିଁ ବୋଲି ଜଣାପଡିଛି । ଏହି କଲେଜର ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ଗାଏବ ହୋଇଯିବା ଘଟଣାକୁ ନେଇ ଆଜି ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତେଜନା ବଢିବା ଆଶଙ୍କା କରି କଲେଜ କତ୍ତୃପକ୍ଷ ଅନିର୍ଦ୍ଧିଷ୍ଠ କାଳ ପାଇଁ କଲେଜକୁ ସାଇନ-ଏ-ଡାଏ ଘୋଷଣା କରିଥିବା ଜଣାପଡିଛି।










