31.1 C
Bhubaneswar
Tuesday, October 13, 2026
Homeଓଡିଶାଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍

ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ଡ୍ରୋନ୍

ପୁରୀ: ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ। ବଡ଼ଦେଉଳ ଉପରେ ଡ୍ରୋନ୍ ଉଡ଼ାଇଲେ ଅମାନିଆ। ମଙ୍ଗଳବାର ଭୋର ପ୍ରାୟ ୫ଟା ସମୟରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ୁଥିବା ଦେଖିବାକୁ ମିଳିଥିଲା। ତେବେ କିଏ ଏହି ଡ୍ରୋନ୍ ଉଡ଼ାଉଥିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ିବା ଘଟଣାକୁ ନେଇ ଚିନ୍ତା ବଢ଼ିଛି। କେଉଁ ସ୍ଥାନରୁ ଡ୍ରୋନ୍ ଉଡ଼ାଯାଇଥିଲା ଏବଂ କିଏ ଏହାକୁ ଉଡ଼ାଉଥିଲା। ସେନେଇ ପୁଲିସ ତଦନ୍ତ ଚଳାଇଛି। ତେବେ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଏଯାଏଁ ଜଣାପଡ଼ିନାହିଁ।ଶ୍ରୀମନ୍ଦିର ଉପରେ ବିଭିନ୍ନ ସମୟରେ ଡ୍ରୋନ୍ ଉଡ଼ିବା ଘଟଣା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଶ୍ରୀମନ୍ଦିର ଏକ ସମ୍ବେଦନଶୀଳ ଧାର୍ମିକ ସ୍ଥଳ ହୋଇଥିବାରୁ ଏଭଳି ଘଟଣାକୁ ଗୁରୁତ୍ୱର ସହ ନେବାକୁ ଦାବି ହେଉଛି। ଅନ୍ୟପଟେ, ଶ୍ରୀମନ୍ଦିରର ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ତୁରନ୍ତ ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି ବ୍ୟବସ୍ଥା କରିବାକୁ ଦାବି ଉଠିଛି। ପୁଲିସ ତଦନ୍ତ ପରେ ଡ୍ରୋନ୍ ଉଡ଼ାଣ ପଛରେ କାହାର ହାତ ରହିଛି ଏବଂ କେଉଁ ଉଦ୍ଦେଶ୍ୟରେ ଏହା ଉଡ଼ାଯାଇଥିଲା, ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking