ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନରେ ଦେଖା ଦେଇଥିବା ହିଂସାକୁ ନେଇ ସରକାରୀ ଦଳକୁ ଘେରିଛି ବିଜେଡି । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନରେ ସରକାରୀ ଦଳର ଅହେତୁକ ଅନୁପ୍ରବେଶ ରହୁଛି । ସାମାନ୍ୟ ଛାତ୍ର ସଂସଦ ନିର୍ବାଚନରେ ଯଦି ସରକାର ହସ୍ତାକ୍ଷପ କରିବେ , ପ୍ରଶାସନ ହସ୍ତକ୍ଷପ କରିବ ତାହେଲେ ନିଶ୍ଚିତ ଭାବରେ କଲେଜର ପରିସର ଓ ପରିବେଶ ଖରାପ ହେବ।
ସେପଟେ ଜବାବରେ ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି, ଯେଉଁମାନଙ୍କୁ କ୍ୟାମ୍ପସରେ ହାରିବାର ଭୟ ଘାରିଛି, ସେମାନେ କ୍ୟାମ୍ପସରେ ହିଂସା କରୁଛନ୍ତି । ଯେଉଁମାନେ ୮ ବର୍ଷ ପୂର୍ବରୁ କ୍ୟାମ୍ପସକୁ କବଜା କରି ରଖିଥିଲେ, ଓଉ ରାଇତା, ସାଲାଡ୍ ସାଲାଡ୍ ପଢ଼ାଉ ଥିଲେ ତାହା ଆଉ ହବାକୁ ଦେବୁନି ବୋଲି କହିଛି ବିଜେପି । ପ୍ରସନ୍ନ ବାବୁ ଜଣେ ଛାତ୍ର ନେତା । ସେ ଛାତ୍ରମାନଙ୍କୁ କ୍ୟାମ୍ପସରେ ଛାଡ଼ି ଦିଅନ୍ତୁ |










