33.1 C
Bhubaneswar
Monday, October 12, 2026
Homeଦେଶ ବିଦେଶନେପାଳରେ ପ୍ରଳୟଙ୍କରୀ ବନ୍ୟା: ଏବେବି ୧୦ରୁ ଅଧିକ ନିଖୋଜ

ନେପାଳରେ ପ୍ରଳୟଙ୍କରୀ ବନ୍ୟା: ଏବେବି ୧୦ରୁ ଅଧିକ ନିଖୋଜ

ନୂଆଦିଲ୍ଲୀ: ନେପାଳର ଭୟଙ୍କର ବନ୍ୟାରେ ପ୍ରାୟ ୪୦ଟି ଘର, ୬ଟି ସେତୁ ଏବଂ ଜଳବିଦ୍ୟୁତ ପ୍ରକଳ୍ପ ଶିବିର ଭାସାଇ ନେଇଛି। ଏବେବି ୧୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ୧୫୦ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଫସି ରହିଛନ୍ତି । ବଡ଼ କଥା ହେଉଛି ପ୍ରାରମ୍ଭିକ ଏସଏମଏସ ସତର୍କତା ଯୋଗୁଁ ଅନେକ ଜୀବନ ବଞ୍ଚିଯାଇଛି। ନେପାଳର ମନାସଲୁ ଟ୍ରେକିଂ ଅଞ୍ଚଳରେ ରବିବାର ଆକସ୍ମିକ ବନ୍ୟା  ଆସିଥିଲା। କିନ୍ତୁ ସତର୍କ ସୂଚନା ପୂର୍ବରୁ ମିଳିଥିବାରୁ ଲୋକମାନେ ଉଚ୍ଚ ସ୍ଥାନକୁ ପଳାଇ ଯାଇଥିଲେ । କର୍ତ୍ତୃପକ୍ଷ ସକାଳ ୬ ଟା୨୦ ମିନିଟରେ ବନ୍ୟା ବିଷୟରେ ସୂଚନା ପାଇଥିଲେ ।

୬ ଟା ୪୦ ମିନିଟରେ ପ୍ରଥମ ଏସଏମଏସ ସତର୍କତା ପଠାଇଥିଲେ। ଦୁଇ ରାଉଣ୍ଡରେ ପ୍ରାୟ ୨ ଲକ୍ଷ ଆଲର୍ଟ ପଠାଯାଇଥିଲା, ଯେଉଁଥିରେ ଲୋକଙ୍କୁ ନଦୀକୂଳ ଓ ବିପଦପୂର୍ଣ୍ଣ ବସ୍ତିରୁ ଦୂରେ ରହିବାକୁ ଅନୁରୋଧ କରାଯାଇଥିଲା । ନେପାଳ ଆର୍ମି ୪୯ ଜଣଙ୍କୁ ଉଦ୍ଧାର କରିଛି । କର୍ତ୍ତୃପକ୍ଷ ଏଭାକୁଏସନ୍ ଆଦେଶ ଦେଇଛନ୍ତି ଏବଂ ନିମ୍ନ ପ୍ରବାହ ଜିଲ୍ଲାଗୁଡ଼ିକୁ ସତର୍କ କରିଛନ୍ତି । ଏହି ବିପର୍ଯ୍ୟୟ ଭୋଟେ କୋଶି-ତ୍ରିଶୁଲି ନଦୀରେ ଘଟିଥିବା ଭୟଙ୍କର ବନ୍ୟାର ମାତ୍ର ୪୫ ଦିନ ପରେ ଘଟିଛି । ଯେଉଁଥିରେ ୧,୪୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ ଏବଂ ୫,୨୫୦ ଜଣ ନିଖୋଜ ରହିଥିଲେ। କର୍ତ୍ତୃପକ୍ଷ ସନ୍ଦେହ କରୁଛନ୍ତି ଯେ ଏକ ଭୂସ୍ଖଳନ ସାମୟିକ ଭାବେ ଏକ ଉପନଦୀକୁ ଅବରୋଧ କରିଥିଲା, ଯେଉଁଥିରେ ପାଣି ଓ ଧ୍ୱଂସାବଶେଷ ଜମିଯାଇଥିଲା । ପରେ ବନ୍ଧ ଭାଙ୍ଗିଯିବାରୁ ବନ୍ୟା ସ୍ଥିତି ଉପୁଜିଥିଲା ।  ବୁଢ଼ୀ ଗଣ୍ଡକୀ ନଦୀର ସ୍ତର ବିପଦ ସ୍ତର ୫ ମିଟର ରହିଥିବା ବେଳେ ୮.୪ ମିଟର ପର୍ଯ୍ୟନ୍ତ ଉଚ୍ଚ ପାଣି ଆସିଥିଲା ।  ବନ୍ୟା ୩୫-୪୦ଟି ଘର ଓ ଏକ ପ୍ରାଥମିକ ବିଦ୍ୟାଳୟ ଧ୍ୱଂସ କରିଛି, ଆଉ ୨୦-୨୨ଟି ଘର ବିପଦରେ ରହିଛି । ବନ୍ୟା ଜଳ ସଲେରୀରେ ନିର୍ମାଣାଧୀନ ୩୪୧ ମେଗାୱାଟ ବୁଢ଼ୀ ଗଣ୍ଡକୀ ଜଳବିଦ୍ୟୁତ ପ୍ରକଳ୍ପର ନିର୍ମାଣ ଶିବିର ଓ ଉପକରଣ ମଧ୍ୟ ଧ୍ୱଂସ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking