33.1 C
Bhubaneswar
Saturday, October 10, 2026
Homeଦେଶ ବିଦେଶମୁଁ ୮ ଯୁଦ୍ଧ ବନ୍ଦ କରିଛି,ମତେ ପୁରସ୍କାର ମିଳିବା ଉଚିତ୍: ଟ୍ରମ୍ପ

ମୁଁ ୮ ଯୁଦ୍ଧ ବନ୍ଦ କରିଛି,ମତେ ପୁରସ୍କାର ମିଳିବା ଉଚିତ୍: ଟ୍ରମ୍ପ

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ଜିତିବାକୁ ଆଶା ରଖିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ବଡ଼ ଝଟକା ଲାଗିଛି। ନୋବେଲ ଶାନ୍ତି ପୁରସ୍କାର ପାଇଁ ତାଙ୍କ ନାମ ବିଚାର ନକରାଯାଇଥିବାରୁ ସେ ନରୱେକୁ କଡ଼ା ସମାଳୋଚନା କରିଛନ୍ତି। ସେ ଦାବି କରିଛନ୍ତି, ମୁଁ ଯେତେ ଯୁଦ୍ଧ ରୋକିଛି ତାହା ବିଚାର କରି ମତେ ଆଠ ଥର ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍ ଥିଲା। ଏକ ରାଲିକୁ ସମ୍ବୋଧିତ କରି ଟ୍ରମ୍ପ ଏହା ମଧ୍ୟ ଦାବି କରି ପୁଣି ନିଜକୁ ଶ୍ରେୟ ଦେଇ ଦେହରାଇଛନ୍ତି,ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦେଶ ଭାରତ ଏବଂ ପାକିସ୍ତାନକୁ ଯୁଦ୍ଧରେ ଲିପ୍ତ ହେବାରୁ ରୋକି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇଥିବା କହିଛନ୍ତି। ଟ୍ରମ୍ପ କହିଛନ୍ତି, ଆପଣମାନଙ୍କ ରାଷ୍ଟ୍ରପତି ଭାବରେ ମୁଁ ଯେଉଁ ଆମେରିକାର ନେତୃତ୍ୱ ନେଇଥିଲି, ସେହି ଦେଶକୁ ନୋବେଲ ଶାନ୍ତି ପୁରସ୍କାର ମିଳିବା ଉଚିତ୍ ଥିଲା କିନ୍ତୁ ତାହା ହୋଇନାହିଁ। ନରୱେ ଏବଂ ଏପରି ଲଜ୍ଜାଜନକ ନିଷ୍ପତ୍ତି ନେଇଥିବା ଲୋକେ ସବୁଦିନ ପାଇଁ କଳଙ୍କିତ ହୋଇ ରହିଯିବେ। ଚଳିତ ବର୍ଷର ନୋବେଲ ଶାନ୍ତି ପୁରସ୍କାର ପୂର୍ବତନ ଜାତିସଂଘ ମାନବାଧିକାର ମୁଖ୍ୟ ଏବଂ ଦକ୍ଷିଣ ଆଫ୍ରିକାରେ ଜନ୍ମିତ ନାଭାନେଥେମ୍ ”ନାଭି” ପିଲ୍ଲାଇଙ୍କୁ ପ୍ରଦାନ କରାଯାଇଛି। ଟ୍ରମ୍ପ ପିଲ୍ଲାଇଙ୍କ ବିଷୟରେ କହିଛନ୍ତି ଯେ, ସେ ଜଣେ ବ୍ୟକ୍ତି ଯାହାଙ୍କ ବିଷୟରେ କେହି କେବେ ଶୁଣି ନାହାନ୍ତି। ମୁଁ ତାଙ୍କ ବିଷୟରେ କେବେ ଶୁଣିନାହିଁ, କିନ୍ତୁ ତାଙ୍କୁ ଅଭିନନ୍ଦନ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking