32.1 C
Bhubaneswar
Friday, October 9, 2026
Homeଦେଶ ବିଦେଶଏୟାର ଇଣ୍ଡିଆରେ ବିଦେଶ ଯାତ୍ରା ୧୭,୮୦୦ ମହଙ୍ଗା

ଏୟାର ଇଣ୍ଡିଆରେ ବିଦେଶ ଯାତ୍ରା ୧୭,୮୦୦ ମହଙ୍ଗା

ନୂଆଦିଲ୍ଲୀ : ଇଣ୍ଡିଗୋ ପରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ଶୁକ୍ରବାର ମଧ୍ୟରାତ୍ରିରୁ ଏୟାର ଇଣ୍ଡିଆରେ ଅନ୍ତର୍ଜାତୀୟ ଉଡ଼ାଣ ୧୭,୮୦୦ ଟଙ୍କା ପର୍ଯ୍ୟନ୍ତ ଓ ଘରୋଇ ଉଡ଼ାଣ ୧୨୦୦ ଟଙ୍କା ଯାଏ ମହଙ୍ଗା ହୋଇଯିବ। କାରଣ କମ୍ପାନୀ ଅତିରିକ୍ତ ଇନ୍ଧନ ଦେୟ ଲଗାଇବାକୁ ଘୋଷଣା କରିଛି। ଏହା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଉପରେ ମଧ୍ୟ ଲାଗୁ ହେବ। ଆଭିଏସନ ଟର୍ବାଇନ ଫୁଏଲ୍ (ଏଟିଏଫ) ଅର୍ଥାତ୍ ବିମାନ ଇନ୍ଧନ ମୂଲ୍ୟ ମହଙ୍ଗା ହେବାରୁ ଏୟାରଲାଇନ୍ସ ଏହି ନିଷ୍ପତ୍ତି ନେଇଛି। ଏୟାର ଇଣ୍ଡିଆ ଗତ ୭ ମାସ ମଧ୍ୟରେ ତୃତୀୟ ଥର ପାଇଁ ଇନ୍ଧନ ବାବଦ ମୂଲ୍ୟ ବଢ଼ାଇବାକୁ ଯାଉଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ୧୦ ଓ ଏପ୍ରିଲ ୭ରେ କମ୍ପାନୀ ଭଡ଼ା ବୃଦ୍ଧି କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking