ଭୁବନେଶ୍ୱର: ଓଡିଶା ସୂଚନା ସେବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟାସ୍କ । ଓଡିଶା ସୂଚନା ସେବା କ୍ଷେତ୍ରରେ ବହୁ ପଛରେ ରହିଛି । ଏହାକୁ ଆଗକୁ ନେବାକୁ ସୋସିଆଲ ମିଡିଆରେ ଅଧିକ ଫୋକସ କରିବାକୁ ପରାମର୍ଶ । ଏଆଇ, ଚାଟ ଜିପିଟିର ସହଯୋଗ ନିଅନ୍ତୁ, କିନ୍ତୁ ତାର ସଦୁପଯୋଗ କରିବାକୁ କଣ୍ଟେଣ୍ଟ ଉପରେ ଫୋକସ କରିବାକୁ କହିଛନ୍ତି । ସକାରତ୍ମକ ଖବର ପ୍ରସାରଣକୁ ଗୁରୁତ୍ୱ ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି ।ଆହୁରି କହିଛନ୍ତି, ଖବର ସଠିକ, ଶୀଘ୍ର ଏବଂ ସରଳ ହେବା ଦରକାର ।ସାମାଜିକ ଗଣମାଧ୍ୟମ ଜରିଆରେ ଲୋକଙ୍କ ଭାବନା ଶୁଣିବା ଦରକାର । ସରକାରଙ୍କ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି । ସୋସିଆଲ ମିଡିଆରେ ସରକାରୀ ଯୋଜନାକୁ ସଶକ୍ତ କରିବାକୁ ପରାମର୍ଶ ଦିଆଯାଇଛି । ସୂଚନା ଅଧିକାରୀ କେବଳ ପ୍ରେସ ବିଜ୍ଞପ୍ତି ଦେବା ପାଇଁ ରହିନାହାନ୍ତି । ସରକାର ଓ ଲୋକଙ୍କ ମଧ୍ୟରେ ଯୋଗସୂତ୍ର ସ୍ଥାପନ କରିବାକୁ ପରାମର୍ଶ ଦିଆଯାଇଛି । ତୃଣମୂଳ ସ୍ତରରେ ଲୋକ କିପରି ଲାଭ ପାଇବେ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।ଏଥିସହ ସୁଭଦ୍ରା ଯୋଜନାରେ ମହିଳା ସଶକ୍ତିକରଣକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି । ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡିଶା ଅଗ୍ରଣୀ ଭୂମିକା ନେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।










