28.1 C
Bhubaneswar
Wednesday, October 7, 2026
Homeଓଡିଶାଏମଏମଡିଆର ବିଲ ପତ୍ୟାହାର ପାଇଁ ଇଣ୍ଡିଆ ମେଣ୍ଟର ପ୍ରତିବାଦ ସଭା

ଏମଏମଡିଆର ବିଲ ପତ୍ୟାହାର ପାଇଁ ଇଣ୍ଡିଆ ମେଣ୍ଟର ପ୍ରତିବାଦ ସଭା

କେନ୍ଦୁଝର: କଂଗ୍ରେସ ସମତେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳ ଗୁଡିକ ଆଜି ମିଳିତ ଭାବେ ପ୍ରତିବାଦ ସଭା କରିଥିଲେ l ଆଜି ସ୍ଥାନୀୟ କାଳୀ ପଡିଆ ଠାରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଏହି ସଭାରେ ଯୋଗ ଦେଇଥିଲେ l ସେହିପରି ଆମ ଅଧିକାର ଆମର ଦାବୀ ପାଇଁ ଏ ଲଢେଇ ବୋଲି କଂଗ୍ରେସ ପ୍ରଭାରୀ ଲଲାଜୀ ଭାଈ ଦେଶାଇ କହିଥିଲେ l ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ବହି ମୁଦ୍ରଣରେ ତ୍ରୁଟି ଯୋଗୁଁ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବୀ, ଭୋଟ ଚୋର ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ୟୁପିଆରେ ୪% ଅଧିକ ରିହାତି ନେବାକୁ ବିରୋଧ କରି ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଥିଲା l କଂଗ୍ରେସ ଭବନ ପାଖରୁ ଯୁବ କଂଗ୍ରେସର ଏକ ବଡ ଶୋଭାଯାତ୍ରାରେ କଂଗ୍ରେସ ନେତାମାନେ ଯାଇ ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରିଥିଲେ l ଏଥିରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ l ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା ଏହି ପ୍ରତିବାଦ ସଭାକୁ ସଭାପତିତ୍ୱ କରିଥିଲେ l ଏହି ମଞ୍ଚରେ ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ, ଏଆଇସିସି ସମ୍ପାଦକ ମୟୁର ଜୟକୁମାର, vବିଧାୟକ ତାରାପ୍ରସାଦ ବାହିନୀପତି, ପିସିସି ଉପସଭାପତି ଅସିତ ପଟ୍ଟନାୟକ, ବିଧାୟକ ଲଷ୍ମଣ ମୁଣ୍ଡା, ଅଳିକିଶୋର ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, କୃଷ୍ଣଚନ୍ଦ୍ର ମହାନ୍ତି, ଆଲୋକ ମିଶ୍ର, ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରି, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ମୋହନ ପରିଡା, ବିନୋଦ ବିହାରୀ ନାଏକ, ସୁନେଶ ଧୀର, ସୁଦୀପ୍ତ ମିଶ୍ର, ଶୁଭମ ରାଜ, ଲଳିତ ମୋହନ ନାୟକ, ସୁବ୍ରତ କୁମାର ଚକ୍ର, ହିତ୍ତରଞ୍ଜନ ପାତ୍ର, ସୁଢଳ କୁମାର ସେଠି ଓ ରସିକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ପିସିସି ସମ୍ପାଦକ ସଂଗ୍ରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking