29.1 C
Bhubaneswar
Tuesday, October 6, 2026
Homeଓଡିଶାଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ହୀନ ଉଦ୍ୟମ କରୁଛି ବିରୋଧୀ: ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ

ଅପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ହୀନ ଉଦ୍ୟମ କରୁଛି ବିରୋଧୀ: ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ

ଭୂବନେଶ୍ୱର: ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶରେ ୧୨ ବର୍ଷର ସୁଶାସନ ଏବଂ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାରଙ୍କ ଅଢ଼େଇ ବର୍ଷର ଲୋକାଭିମୁଖୀ ଶାସନ ଯୋଗୁଁ ଆଜି ବିରୋଧୀ ଦଳ ସମ୍ପୂର୍ଣ୍ଣ ମୁଦ୍ଦାହୀନ ହୋଇପଡ଼ିଛନ୍ତି। ଜନସାଧାରଣ ବିଜେପି ଉପରେ ଅତୁଟ ବିଶ୍ୱାସ ଓ ଆସ୍ଥା ପ୍ରକଟ କରିଥିବା ବେଳେ ବିରୋଧୀମାନେ ଅପ୍ରସଙ୍ଗକୁ ପ୍ରସଙ୍ଗ କରି କେବଳ ନାଟକବାଜି କରୁଛନ୍ତି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଏକ ପ୍ରେସ ବିବୃତିରେ କହିଛନ୍ତି। ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ବିଜୁ ଜନତା ଦଳ (ବିଜେଡି)ର କଥା ଓ କାର୍ଯ୍ୟରେ ସର୍ବଦା ଆକାଶ-ପାତାଳ ଫରକ ରହିଛି। ବିଜେଡି ଏବଂ ‘ଇଣ୍ଡି’ ମେଂଟର ସମ୍ପର୍କ କିଛି ନୂଆ ନୁହେଁ, ଏମାନଙ୍କ ଭିତରେ ବହୁ ପୂର୍ବରୁ ଗୁପ୍ତ ମଧୁଚନ୍ଦ୍ରିକା ଚାଲିଆସୁଥିଲା। ଏପରିକି ‘ଇଣ୍ଡି’ ମେଂଟ ବୈଠକରେ ମଧ୍ୟ ବିଜେଡିର ସଂସଦୀୟ ଦଳ ନେତା ଯୋଗ ଦେଇଥିବାର ପ୍ରମାଣ ରହିଛି। ଆଜି ବିଜେଡି ରାଜନୀତିରେ ଏକ “ନିର୍ମୂଳୀ ଲତା’ରେ ପରିଣତ ହୋଇସାରିଛି। ନିଜର ଅସ୍ତିତ୍ୱ ବଚାଂଇବା ପାଇଁ ଏବଂ ରାଜନୈତିକ ସାହାରା ପାଇବାକୁ ଯାଇ କେତେବେଳେ ‘ସିଜେପି’ ତ କେତେବେଳେ ‘ଇଣ୍ଡି’ ମେଂଟ ପଛରେ ଗୋଡ଼ାଉଛି। ଲୋକସଭା ଓ ରାଜ୍ୟସଭାରେ ନିଜର ପ୍ରାସଙ୍ଗିକତା ହରାଇବା ପରେ ଓଡ଼ିଶାର ସ୍ୱାର୍ଥର ଦ୍ୱାହି ଦେବା ହେଉଛି କେବଳ “ଚୋର ମୁହଁ ଟାଣ’ ସଦୃଶ।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ଓ ଇସ୍ତଫା ଦାବି କରୁଥିବା କଂଗ୍ରେସର ଦୋମୁହାଁ ନୀତି ଉପରେ ଶ୍ରୀ ତ୍ରିପାଠୀ କହିଛି ଯେ, ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଉଥିବା କଂଗ୍ରେସ ନିଜ କଳା ଇତିହାସକୁ ମନେ ପକାଉ। ଦେଶରେ ଆଜି ପର୍ଯ୍ୟନ୍ତ ୧୦ ଥର ଏସ୍‌ଆଇଆର୍ ହୋଇଥିବା ବେଳେ ସେଥିମଧ୍ୟରୁ ୯ ଥର କେବଳ କଂଗ୍ରେସ ଶାସନ କାଳରେ ହୋଇଛି। ଯେଉଁ କଂଗ୍ରେସ ନିରପେକ୍ଷତା ଓ ନୈତିକତାର ବଡ଼ ବଡ଼ ଭାଷଣ ଦେଉଛି, ସେହି କଂଗ୍ରେସ ହିଁ ନିର୍ବାଚନ କମିଶନରଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ସାମିଲ କରିଥିଲା ଏବଂ ନିର୍ବାଚନ କମିଶନରଙ୍କୁ ନେଇ ଶ୍ରୀ ଲାଲକୃଷ୍ଣ ଆଡଭାନୀଙ୍କ ବିରୋଧରେ ପ୍ରାର୍ଥୀ କରାଇଥିଲା। ତେଣୁ କଂଗ୍ରେସ ମୁହଁରେ ନୈତିକତାର କଥା ଆଦୌ ଶୋଭା ପାଉନାହିଁ। ନିର୍ବାଚନ ସମ୍ବନ୍ଧୀୟ ପ୍ରସଙ୍ଗ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ (ସୁପ୍ରିମକୋର୍ଟ)ରେ ଶୁଣାଣି ଚାଲିଛି। ମାନ୍ୟବର ମୁଖ୍ୟ ବିଚାରପତି ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ, ଏଥିରେ ସୁପ୍ରିମକୋର୍ଟ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ। ପୂର୍ବରୁ ପଶ୍ଚିମବଙ୍ଗରେ ମଧ୍ୟ ସୁପ୍ରିମକୋର୍ଟଙ୍କତ୍ତତତ୍ୱାବଧାନରେ ଏସ୍‌ଆଇଆର୍ ହୋଇଥିଲା, କିନ୍ତୁ ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ କୌଣସି ପ୍ରକାର ତ୍ରୁଟି ସାମ୍‌ନାକୁ ଆସିନଥିଲା। ଯଦି ବିରୋଧୀଙ୍କ ପାଖରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ଅଛି କିମ୍ବା ଉଦ୍ଦେଶ୍ୟମୂଳକ ଭାବେ କାହାର ନାମ କଟାଯାଇଛି, ତେବେ ତାହାକୁ ସାର୍ବଜନୀନ କରି ଗଣତାନ୍ତ୍ରିକ ତଥା ଆଇନଗତ ପ୍ରକ୍ରିୟାର ସାମ୍‌ନା କରନ୍ତୁ। କୌଣସି ପ୍ରମାଣ ନ ଥାଇ କେବଳ ଗଣମାଧ୍ୟମରେ ବୟାନ ବାଜି କରିବା ବିରୋଧୀଙ୍କ ହତାଶାର ପ୍ରତୀକ। ଭାରତୀୟ ଜନତା ପାର୍ଟି ସର୍ବଦା ସମ୍ବିଧାନ, ଗଣତାନ୍ତ୍ରିକ ବ୍ୟବସ୍ଥା ଏବଂ ନିରପେକ୍ଷ ଆଇନ ଶାସନରେ ବିଶ୍ୱାସ କରେ। ଦେଶ ତଥା ଓଡ଼ିଶାର ଜନସାଧାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଜ୍ୟ ବିଜେପି ସରକାରଙ୍କ ସହିତ ଅଛନ୍ତି ଏବଂ ବିଜେପି ନିଷ୍ଠାର ସହିତ ଜନସେବାରେ ନିଜକୁ ନିୟୋଜିତ ରଖିଛି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking