33.1 C
Bhubaneswar
Monday, October 5, 2026
Homeଓଡିଶାମନ୍ଦିର କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ମନ୍ଦିର କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ: ଢେଙ୍କାନାଳ କଲେଜ ବାଇପାସ୍ ନିକଟ ଶିବ ମନ୍ଦିର ପରିସରରେ ଥିବା କୂଅରୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ପିଙ୍ଗୁଆ ଗ୍ରାମର ଚଗଲି ସାହୁ । ସେ ଏଲିଫ୍ୟାଣ୍ଟ ସ୍କ୍ୱାଡ୍‌ରେ କାର୍ଯ୍ୟ କରୁଥିଲେ । ସଦର ରେଞ୍ଜ ଅଧୀନ ହାତୀ ପ୍ରବଣ ଅଞ୍ଚଳରେ ଡ୍ୟୁଟି କରୁଥିବା ଚଗଲି ମାନସିକ ଚାପରେ ଥିବା ତାଙ୍କ ବଡ଼ଭାଇ କହିଛନ୍ତି।ତେବେ ଚଗଲିଙ୍କ ମୃତ୍ୟୁର କାରଣ ନେଇ ସ୍ପଷ୍ଟତା ମିଳିନଥିବା ବେଳେ ଘଟଣାର ତଦନ୍ତ କରୁଛି ଟାଉନ୍ ଥାନା ପୁଲିସ । ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଆର୍ଥିକ ସହାୟତା ଦାବିରେ ଜିଲ୍ଲା ବନଖଣ୍ଡ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ ପରିବାର ଲୋକ ଓ ସାଥୀ ବନ କର୍ମଚାରୀ ।ସନ୍ଧ୍ୟା ସମୟରୁ ଧାରଣା ଚାଲିଥିଲେ ମଧ୍ୟ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଜିଲ୍ଲା ବନଖଣ୍ଡ ଅଧିକାରୀ କିମ୍ବା ସଦର ରେଞ୍ଜର ଘଟଣାସ୍ଥଳକୁ ନ ଆସିବାରୁ ଅସନ୍ତୋଷ ଦେଖାଦେଇଥିଲା । ମୃତକ ଚଗଲିଙ୍କ ପରିବାରକୁ ବନ ବିଭାଗ ପକ୍ଷରୁ ଆର୍ଥିକ ସହାୟତା ଦେବାକୁ ତାଙ୍କ ଭାଇ ଦାବି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking