31.1 C
Bhubaneswar
Saturday, October 3, 2026
Homeଦେଶ ବିଦେଶନାଟୋକୁ ରୁଷ୍‌ର ନ୍ୟୁକ୍ଲିୟର ଧମକ: ପୁଟିନଙ୍କ ବଡ଼ ବୟାନ

ନାଟୋକୁ ରୁଷ୍‌ର ନ୍ୟୁକ୍ଲିୟର ଧମକ: ପୁଟିନଙ୍କ ବଡ଼ ବୟାନ

ନୂଆଦିଲ୍ଲୀ:  ନାଟୋକୁ ପରମାଣୁ ଅସ୍ତ୍ର ଆକ୍ରମଣ ଧମକ ଦେଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ମସ୍କୋରେ ବୋଲଦାଇ ଫୋରମକୁ  ସମ୍ୱୋଧନ ଅବସରରେ ଏଭଳି ଧମକ ଦେଇଛନ୍ତି ରୁଷ ରାଷ୍ଟ୍ରପତି । କହିଛନ୍ତି ରୁଷ ପାଶ୍ଚାତ୍ୟ କିମ୍ୱା ୟୁରୋପୀୟ ରାଷ୍ଟ୍ର ଉପରେ ଆକ୍ରମଣ କରିବ ନାହିଁ । କିନ୍ତୁ ରୁଷର ସାର୍ବଭୌମତ୍ୱ ଓ ଅଞ୍ଚଳର ସୁରକ୍ଷା ପାଇଁ ଜରୁରୀ ପଦକ୍ଷେପ ଉଠାଇବ । ରୁଷର କଲିନିନ୍‌ଗ୍ରାଦ୍ ଅଞ୍ଚଳରେ ହମଲା ହେଲେ ସବୁ ପ୍ରକାର ଅସ୍ତ୍ର ବ୍ୟବହାର କରିବ ରୁଷ। ଏଥିରେ ପରମାଣୁ ଅସ୍ତ୍ର ମଧ୍ୟ ସାମିଲ ରହିବ ବୋଲି ଚେତେଇ ଦେଇଛନ୍ତି ପୁଟିନ । ଏହି ଧମକ ଏପରି ସମୟରେ ଦେଇଛନ୍ତି ରୁଷ ରାଷ୍ଟ୍ରପତି । ଯେତେବେଳେ ବାଲଟିକ ଅଞ୍ଚଳରେ ନାଟୋ ସୈନ୍ୟଙ୍କ ଗତିବିଧି ବଢ଼ିଛି, ସାମରିକ ଅଭ୍ୟାସ ଚାଲିଛି । ଏହାକୁ କଲିନିନ୍‌ଗ୍ରାଦ୍ ପାଇଁ ବିପଦ ଭାବେ ବିଚାର କରୁଛନ୍ତି ପୁଟିନ ।

କାରଣ ଅନ୍ୟପଟେ ଆଖପାଖରେ ନାଟୋ ଦେଶ ରହିଛି। ଅନ୍ୟପଟେ ରୁଷର ସ୍ଥଳଭାଗ ସହ କଲିନିନଗ୍ରାଦ ଯୋଡ଼ି ହୋଇ ରହିନାହିଁ । ବାଲଟିକ ସାଗର ଭିତରେ ଥିବା ଏହି ଅଞ୍ଚଳକୁ ରୁଷ ନିଜ ସାମରିକ ଆଡ୍ଡା ଭାବେ ବ୍ୟବହାର କରି ଆସୁଛି। ଆଉ ସେଠାରେ ନାଟୋ ସେନାର ଗତିବିଧି ଉପରେ ନଜର ରଖିଥାଏ ମସ୍କୋ । ତେଣୁ ନାଟୋ ସୈନ୍ୟ କଲିନିନଗ୍ରାଦ ଉପରେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା ଜାହିର କରି ଧମକ ଦେଇଛନ୍ତି ପୁଟିନ । ଏଥିସର ପାଶ୍ଚାତ୍ୟ ରାଷ୍ଟ୍ର ଓ ୟୁରୋପ ମହାସଂଘ ଉତ୍ତେଜନା ବଢ଼ାଉଥିବା ସେ ଅଭିଯୋଗ ଆଣିଛନ୍ତି । ଆଗାମୀ ବର୍ଷରେ ରୁଷ ସହ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବା କହିଛନ୍ତି ପୁଟିନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking