33.1 C
Bhubaneswar
Friday, October 2, 2026
Homeଓଡିଶାଗାନ୍ଧୀ ଜୟନ୍ତୀରେ ଓସିସିଏଲ୍‌ ପକ୍ଷରୁ ୱାକାଥନ୍‌ ଆୟୋଜିତ

ଗାନ୍ଧୀ ଜୟନ୍ତୀରେ ଓସିସିଏଲ୍‌ ପକ୍ଷରୁ ୱାକାଥନ୍‌ ଆୟୋଜିତ

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ (ଓସିସିଏଲ୍‌) ପକ୍ଷରୁ ଆଜି ଭୁବନେଶ୍ୱରସ୍ଥିତ ଏକାମ୍ର କାନନଠାରେ ‘Walk for a Better Tomorrow’ ବାର୍ତ୍ତାକୁ ନେଇ ୱାକାଥନ୍‌ ଆୟୋଜିତ ହୋଇଥିଲା। ଏହି ପଦଯାତ୍ରା ମାଧ୍ୟମରେ ସୁସ୍ଥତା, ଶାରୀରିକ ସକ୍ଷମତା, ଶୃଙ୍ଖଳା ଏବଂ ସାମୂହିକ ଦାୟିତ୍ୱବୋଧର ବାର୍ତ୍ତା ପ୍ରସାର କରାଯାଇଥିଲା।

“ଫିଟ୍ ଟୁ ଥିଙ୍କ୍, ଫିଟ୍ ଟୁ ପ୍ଲାନ୍, ଫିଟ୍ ଟୁ ବିଲ୍ଡ ଏବଂ ଫିଟ୍ ଫର୍ ଦି ନେସନ୍” ଥିଲା ୱାକାଥନ୍‌ର ମୁଖ୍ୟ ବାର୍ତ୍ତା। ଏହା ମାଧ୍ୟମରେ ଏକ ସୁସ୍ଥ ଓ ସକ୍ଷମ କର୍ମଚାରୀ ବାହିନୀ ହେଉଛି ଏକ ଦକ୍ଷ ଯୋଜନା ପ୍ରସ୍ତୁତି, କାର୍ଯ୍ୟାନ୍ୱୟନ ଓ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ବୋଲି ବାର୍ତ୍ତା ଦିଆଯାଇଥିଲା।
ୱାକାଥନ୍‌କୁ ଜଳ ସମ୍ପଦ ବିଭାଗର ଇଞ୍ଜିନିୟର-ଇନ୍-ଚିଫ୍‌-ତଥା-ସ୍ୱତନ୍ତ୍ର ଶାସନ ସଚିବ ଇଂ ବିଘ୍ନରାଜ ପୁରୋହିତ ଏବଂ ଆଭିଏସନ୍‌ ନିର୍ଦ୍ଦେଶକ ଶ୍ରୀ ରଶ୍ମି ରଞ୍ଜନ ନାୟକ ଉଦ୍‌ଘାଟନ କରିଥିଲେ। ୱାଲମିର ନିର୍ଦ୍ଦେଶକଙ୍କ ସହ ବିଭାଗର ମୁଖ୍ୟ ଯନ୍ତ୍ରୀମାନେ, ସମେତ ଓସିସିଏଲ୍‌ର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଏଥିରେ ଯୋଗଦେଇଥିଲେ।

ଓସିସିଏଲ୍‌ର ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟ ସହିତ ବିଭିନ୍ନ ଜିଲ୍ଲାରେ ଥିବା ପ୍ରକଳ୍ପ କାର୍ଯ୍ୟାଳୟଗୁଡ଼ିକରେ ମଧ୍ୟ ଏହି ଅବସରରେ ସମାନ୍ତରାଳ ଭାବେ ୱାକାଥନ୍‌ ଆୟୋଜିତ ହୋଇଥିଲା। ସମ୍ବଲପୁର, ମାଲକାନଗିରି, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ଗଞ୍ଜାମ, କୋରାପୁଟ ଓ କଟକ ସମେତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀମାନେ ଉତ୍ସାହର ସହ ଏଥିରେ ଅଂଶଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking