32.1 C
Bhubaneswar
Friday, October 2, 2026
Homeଓଡିଶାଚାମେଲି ଓଝାଙ୍କୁ ନିର୍ଯାତନା ମାମଲା: ୫ରେ କେନ୍ଦ୍ରାପଡ଼ା ଆସିବ NHRC ଟିମ୍

ଚାମେଲି ଓଝାଙ୍କୁ ନିର୍ଯାତନା ମାମଲା: ୫ରେ କେନ୍ଦ୍ରାପଡ଼ା ଆସିବ NHRC ଟିମ୍

କେନ୍ଦ୍ରାପଡ଼ା: ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ସହ ମାରପିଟ ଓ ଦୁର୍ବ୍ୟବହାର ଅଭିଯୋଗର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ (NHRC)। ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓଙ୍କ ଚାମ୍ବରରେ ଏହି ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାର ତଦନ୍ତ ପାଇଁ କମିଶନଙ୍କ ଏକ ୩ ଜଣିଆ ଟିମ୍ ଆସନ୍ତା ଅକ୍ଟୋବର ୫ ତାରିଖରେ କେନ୍ଦ୍ରାପଡ଼ାରେ ପହଞ୍ଚିବେ। ଏନେଇ NHRCର ଦିଲ୍ଲୀ କାର୍ଯ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଆଗୁଆ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି।ତଦନ୍ତ ସମୟରେ ଘଟଣା ସହ ଜଡ଼ିତ ବିଭିନ୍ନ ପକ୍ଷଙ୍କୁ କମିଶନଙ୍କ ଟିମ୍ ପଚରାଉଚରା କରିବେ। ମହାକାଳପଡ଼ା ପୁଲିସ, ବିଡିଓ, କାର୍ଯ୍ୟାଳୟର କର୍ମଚାରୀ, ଘଟଣା ସମୟରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ ଓ ସମ୍ପୃକ୍ତ ଡାକ୍ତରଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ। ଏହାସହ ଘଟଣା ସମ୍ପର୍କିତ ଦସ୍ତାବିଜ ଓ ତଦନ୍ତର ଅଗ୍ରଗତି ସମ୍ପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରାଯିବ ବୋଲି ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking