32.1 C
Bhubaneswar
Friday, October 2, 2026
Homeଓଡିଶାଆସିଲାଣି ଶୀତ : ରାତି ୧୦ରୁ ସକାଳ ୯ ଯାଏଁ କୁହୁଡି଼ !

ଆସିଲାଣି ଶୀତ : ରାତି ୧୦ରୁ ସକାଳ ୯ ଯାଏଁ କୁହୁଡି଼ !

ଲମତାପୁଟ: ବର୍ଷା ଛାଡିବା ପରେ ମାଳ ଅଞ୍ଚଳରେ ଶୀତ ଲହରୀ ଆରମ୍ଭ ହୋଇଛି l କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ବର୍ଷା ଛାଡିବା ପରେ ପାଗ ସମ୍ପୂର୍ଣ୍ଣ ଶୁଖିଲା ହୋଇଯିବା ଆରମ୍ଭ ହୋଇଛି । ଫଳରେ ଏବେ ପାରଦ ତଳ ମୁହାଁ lସୂଚନା ଅନୁସାରେ, ଲମତାପୁଟରେ ପାରଦ ୧୩ ଡିଗ୍ରୀ ତଳକୁ ଖସିବା ଆରମ୍ଭ ହୋଇଛି l କାକର ବିନ୍ଦୁ ପଡିବା ଦ୍ୱାରା ଘାସ, ଫୁଲ ଏବଂ ପତ୍ରର ଶୋଭା ବଢ଼ାଉଛି l ରାତି ୧୦ଟା ପରେ ହାଲୁକା ଶୀତ ଲହରୀ ସହ ଘନ କୁହୁଡି ଆରମ୍ଭ ହୋଇଯାଉଛି l ରାତି ସାରା ଘନ କୁହୁଡି ସାରା ଅଞ୍ଚଳକୁ ଢାଙ୍କି ରଖୁଛି l

ସେହିପରି ସକାଳ ୯ଟା ପର୍ଯ୍ୟନ୍ତ କୁହୁଡି ବଢିବା ସକାଶେ ଜିରୋ ଭିଜିବିଲିଟି ରହୁଛି l ଗାଡି ମଟର ଯାତାୟତ କରିବା ଭାରି କଷ୍ଟକର ହୋଇପଡୁଛି l ଜୟପୁର, ଲମତାପୁଟ ଦେଇ ବିଶାଖାପାଟଣାକୁ ମୁଖ୍ୟ ରାସ୍ତା ଯାଇଥିବାରୁ ଭାରି ଯାନବାହାନ ସବୁ ଯିବା ଆସିବା କରିଥାଏ । ଘନ କୁହୁଡି ସକାଶେ ଯାତାୟତରେ ବହୁ ଅସୁବିଧାର ସମୁଖୀନ ହେଉଥିବା ଦେଖିବାକୁ ମିଳିଛି lଚଳିତ ବର୍ଷ ମାଳ ଅଞ୍ଚଳରେ ଭଲ ବର୍ଷା ହୋଇଛି । ତେଣୁ ଏଥର ଭଲ ଶୀତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking