29.1 C
Bhubaneswar
Thursday, October 1, 2026
Homeଓଡିଶା‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ

‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ

କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗନ ଆଜି ନୂଆଦିଲ୍ଲୀସ୍ଥିତ ‘ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ଛାତ୍ରଛାତ୍ରୀ, ଅଧିକାରୀ ଓ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ମନ୍ତ୍ରୀ କହିଥିଲେ ଯେ, ସ୍ୱଚ୍ଛତାକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ କରିଥିଲେ। ମନ୍ତ୍ରୀ କହିଥିଲେ, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ମସିହାରେ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିବା ପରେ, ସାରା ଦେଶର ଲୋକମାନେ ଏହି ଜନଆନ୍ଦୋଳନରେ ସାମିଲ ହୋଇଥିଲେ। କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକରେ ମଧ୍ୟ ସ୍ୱଚ୍ଛତା ଅଭିଯାନ ହାତକୁ ନିଆଯାଇଥିଲା। ଆଜି ଆଇଆଇଏମ୍ସିର ଛାତ୍ରଛାତ୍ରୀ ଓ ଅଧିକାରୀମାନଙ୍କ ସହ ଆମେ ସ୍ୱଚ୍ଛତାର ଶପଥ ନେଇଛୁ। ଅଙ୍ଗନୱାଡ଼ି କେନ୍ଦ୍ର, ମନ୍ଦିର, ଶିକ୍ଷାନୁଷ୍ଠାନ ଓ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନ ସମେତ ଯେଉଁଠି ସମ୍ଭବ, ସେଠାରେ ‘ସ୍ୱଚ୍ଛତା ସେବା’ ମାଧ୍ୟମରେ ଆମେ ଅବଦାନ ରଖିବା ଉଚିତ। ଆମେ ସେପ୍ଟେମ୍ବର ୧୭ ତାରିଖରୁ ସ୍ୱଚ୍ଛତା ଅଭିଯାନକୁ ଆଗକୁ ବଢ଼ାଉଛୁ। ଆମ ଦେଶ, ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟଗୁଡ଼ିକୁ ପରିଷ୍କାର ରଖିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ।”ଏହି କାର୍ଯ୍ୟକ୍ରମର ଆରମ୍ଭ ଆଇଆଇଏମ୍ସି ପରିସରରେ ସ୍ୱଚ୍ଛତା ଶପଥ ପାଠରୁ ହୋଇଥିଲା। ଏଥିରେ ଅଧ୍ୟାପକ, ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ଭାରତୀୟ ସୂଚନା ସେବାର ପ୍ରଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିଥିଲେ।ମନ୍ତ୍ରୀ ଆଇଆଇଏମ୍ସି ପରିସରରେ ଚାରା ରୋପଣ କରି ‘ଏକ ପେଡ୍ ମା’ କେ ନାମ’ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବା ସହ କେବଳ ଗଛ ଲଗାଇବା ନୁହେଁ, ବରଂ ଏହାର ନିରନ୍ତର ଯତ୍ନ ଓ ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବାର ଗୁରୁତ୍ୱ ଉପରେ ଜୋର ଦେଇଥିଲେ।କାର୍ଯ୍ୟକ୍ରମର ଅଂଶ ଭାବେ ମନ୍ତ୍ରୀ ଆଇଆଇଏମ୍ସିର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଏକ ଘଣ୍ଟିଆ ଶ୍ରମଦାନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସ୍ୱଚ୍ଛତା ଅଭିଯାନର ଅଂଶ ଭାବେ ଏହି କାର୍ଯ୍ୟକ୍ରମରେ ଅଞ୍ଚଳରୁ ଅଳିଆ ଆବର୍ଜନା ଓ ନିର୍ମାଣ ସାମଗ୍ରୀ ସଫା କରାଯାଇଥିଲା।

ଗସ୍ତ ସମୟରେ ମନ୍ତ୍ରୀ ନବନିର୍ମିତ ଶ୍ରେଣୀଗୃହ ସମେତ ଶିକ୍ଷାଦାନ ବ୍ଲକ୍, ନିର୍ମାଣାଧୀନ ଛାତ୍ରାବାସ ଏବଂ ନବୀକରଣ କରାଯାଇଥିବା ପାଠାଗାର ଭଳି ଅନ୍ୟାନ୍ୟ ଶୈକ୍ଷିକ ଓ ଭିତ୍ତିଭୂମି ସୁବିଧାଗୁଡ଼ିକର ମଧ୍ୟ ନିରୀକ୍ଷଣ କରିଥିଲେ। ସେ ବିଭିନ୍ନ ରାଜ୍ୟ ଓ ଅନୁଷ୍ଠାନର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ।ମନ୍ତ୍ରୀ ଆଇଆଇଏମ୍ସିର ସାଂଗଠନିକ ନେତୃତ୍ୱରେ ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପକୁ ପ୍ରଶଂସା କରିଥିଲେ। ବିଶେଷକରି ସ୍ୱଚ୍ଛତା, ପରିବେଶ ସଚେତନତା, କ୍ୟାମ୍ପସର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ କ୍ଷେତ୍ରରେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ସେ ପ୍ରଶଂସା କରିଥିଲେ।ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ସିର କୁଳପତି ଡକ୍ଟର ପ୍ରଜ୍ଞା ପାଲିୱାଲ ଗୌର, ରେଜିଷ୍ଟ୍ରାର ତଥା ଡିଜି (ଟ୍ରେନିଂ) ଶ୍ରୀ ଏଲ୍. ମଧୁ ନାଗ ଏବଂ ବରିଷ୍ଠ ଆର୍ଥିକ ପରାମର୍ଶଦାତା ଶ୍ରୀ ଆର୍.କେ. ଜେନାଙ୍କ ସମେତ ଅନୁଷ୍ଠାନର ଅଧ୍ୟାପକ, ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଧିକାରୀ ପ୍ରଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ ଅଧୀନରେ ଆଇଆଇଏମ୍ସି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକଳାପର ଏକ ଅଂଶବିଶେଷ ଥିଲା। ସ୍ୱଚ୍ଛତା, ପରିବେଶ ସୁରକ୍ଷା ଏବଂ ଦାୟିତ୍ୱବାନ ନାଗରିକତା କ୍ଷେତ୍ରରେ ସାମୂହିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ଲକ୍ଷ୍ୟ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking