33.1 C
Bhubaneswar
Wednesday, September 30, 2026
Homeଓଡିଶାବାଉଁଶ କରଡ଼ିକୁ ସୁରକ୍ଷାଦେବାରେ ଅବହେଳା ବନବିଭାଗ

ବାଉଁଶ କରଡ଼ିକୁ ସୁରକ୍ଷାଦେବାରେ ଅବହେଳା ବନବିଭାଗ

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ବାଉଁଶ କରଡ଼ି ଗୁଡ଼ିକୁ ସୁରକ୍ଷା ଦେବାରେ ଅବହେଳା । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଯୋଡାଆମ୍ବ ପଞ୍ଚାୟତ ଅନ୍ତର୍ଗତ ହନ୍ତାଲ ଗୁଡା ଜଙ୍ଗଲରୁ ବାଉଁଶ କରଡ଼ି ଗୁଡ଼ିକୁ ବାଇକ୍ ଯୋଗେ ଆନ୍ଧ୍ର ପ୍ରଦେଶକୁ ବୋହି ନେଉଥିବା ସମୟରେ ଗ୍ରାମ ବାସୀ ଏବଂ ପୁର୍ବତନ ଭାଇସ ଚେୟାରମେନ ଜୟରାମ ପୁନା ସେମାନଙ୍କୁ ଅଟକାଇ ଥିଲେ । କିନ୍ତୁ ସେମାନେ ନ ଅଟକି କରଡ଼ି ଫିଙ୍ଗି ସେଠାରୁ ପଳାଇ ଯାଇଥିଲେ । ସ୍ୱାଭିମାନ ଅଞ୍ଚଳବାସୀଙ୍କ ଏହି ବର୍ଷାଦିନରେ ମୁଖ୍ୟ ଖାଦ୍ୟ ବାଉଁଶ କରଡ଼ି ହୋଇଥିବାବେଳେ ତାଙ୍କୁ ନେବା ପାଇଁ ମନା କରିବା ସହ ବାଉଁଶ ଜଙ୍ଗଲ ଲୋପୋ ହୋଇଜିବ ବୋଲି କହୁଛନ୍ତି ବନବିଭାଗୀୟ କର୍ମଚାରୀ । ଗ୍ରାମବାସୀଙ୍କ କହିବା ଅନୁସାରେ ଆନ୍ଧ୍ରରୁ ଆସି ବସ୍ତା ବସ୍ତା ବାଉଁଶ କରଡ଼ି ବିକ୍ରି କରିବାକୁ ନେଉଛନ୍ତି । ସେତେବେଳେ କାହିଁକି ଚୁପ୍ ହୋଇ ବସିଛନ୍ତି ବନବିଭାଗୀୟ କର୍ମଚାରୀ । ସେତେବେଳେ କଣ ଜଙ୍ଗଲ ଲୋପୋ ହେଉନାହିଁ ବୋଲି ପ୍ରଶ୍ନ କରିଛନ୍ତି । ବନବିଭାଗୀୟ କର୍ମଚାରୀଙ୍କୁ ଆହୁରି କହିଛନ୍ତି ଦରମା ନେବେ ଆପଣ ମାନେ, ଜଙ୍ଗଲ ସୁରକ୍ଷା କରିବୁ ଆମେ, ନିଜର ଡିୟୁଟି ଭାବରେ କରନ୍ତୁ ନଚେତ୍ ଆଗାମୀ ଦିନରେ ବାଉଁଶ ଜଙ୍ଗଲ ଲୋପୋ ପାଇଯିବ ବୋଲି ପରାମର୍ଶ ଦେଇଛନ୍ତି ମାଲକାନଗିରି ଗ୍ରାମବାସୀ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking