ଭୁବନେଶ୍ୱର: ଦୁର୍ଗା ପୂଜା ପୂର୍ବରୁ ମିଳିବ କ୍ଷତିପୂରଣ । ଦୁର୍ଗା ପୂଜା ପୂର୍ବରୁ ବକେୟା ଆକଳନ ସାରି କ୍ଷତିପୂରଣ ଦିଆଯିବ । ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାର କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲା ପ୍ରମୁଖ ଭାବେ ପ୍ରଭାବିତ ହୋଇଥିଲା। ଏହାସହ ଗଞ୍ଜାମ ଓ ଗଜପତି ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ପ୍ରଭାବିତ ହୋଇଛି। ନବରଙ୍ଗପୁର, କଳାହାଣ୍ଡି, ମାଲକାନଗିରି ଓ ବରଗଡ଼ ଜିଲ୍ଲାର ମଧ୍ୟ କିଛି ଅଞ୍ଚଳରେ ପ୍ରଭାବ ପଡ଼ିଛି।ଶେଷ ପର୍ଯ୍ୟାୟରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ଯାଜପୁର ସମେତ ଉପକୂଳ ଓଡ଼ିଶାର କିଛି ଜିଲ୍ଲା ପ୍ରଭାବିତ ହୋଇଛି। ବର୍ତ୍ତମାନ ଏହି ଅଞ୍ଚଳଗୁଡ଼ିକରେ ପାଣି ନିଷ୍କାସନ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ପାଣି ନିଷ୍କାସନ ପାଇଁ ଆହୁରି କିଛି ଦିନ ସମୟ ଲାଗିପାରେ।ରାଜ୍ୟରେ ଏଯାଏଁ ୧୨ଟି ସାଇକ୍ଲୋନିକ୍ ଷ୍ଟର୍ମ ଆସିଥିବା ବେଳେ, ସେଥିରୁ ୫ଟି ଅବପାତରେ ପରିଣତ ହୋଇଥିଲା। ଏହାର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲା ପ୍ରଭାବିତ ହୋଇଥିଲା। ମୋଟ ୨୮ଟି ଜିଲ୍ଲା କମ୍ ବେଶି ପ୍ରଭାବିତ ହୋଇଥିବାରୁ ସରକାରଙ୍କ ପକ୍ଷରୁ ମୋଟ ୨୪୧.୩୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି।ଦକ୍ଷିଣ ଓଡ଼ିଶା ସମେତ ବିଭିନ୍ନ ପ୍ରଭାବିତ ଜିଲ୍ଲା ପାଇଁ ଗତକାଲି ଏସ୍ଆର୍ସିଙ୍କ ପକ୍ଷରୁ ଆଉ ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି।










