33.1 C
Bhubaneswar
Tuesday, September 29, 2026
Homeଓଡିଶାଗେଟ ବଜାର ଫ୍ଲାଏଓଭର ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ

ଗେଟ ବଜାର ଫ୍ଲାଏଓଭର ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ

ବ୍ରହ୍ମପୁର : ଗେଟ ବଜାର ଫ୍ଲାଏଓଭର ନିର୍ମାଣ କାର୍ଯ୍ୟର ମାନ ଯାଞ୍ଚ କଲେ ଉଚ୍ଚସ୍ତରୀୟ ବୈଷୟିକ ଦଳ। ପୂର୍ତ୍ତ ବିଭାଗ ମାନ ନିୟନ୍ତ୍ରଣ ବିଭାଗର ୯ ଜଣିଆ ଟିମ୍ ତଦନ୍ତ ଜାରି ରଖିଛନ୍ତି। ସମ୍ପୂର୍ଣ୍ଣ ଫ୍ଲାଏ ଓଭର ବୁଲି ନମୁନା ସଂଗ୍ରହ ସହ ବୈଷୟିକ ଯାଞ୍ଚ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏହି ଫ୍ଲାଏଓଭର ନିର୍ମାଣ ବେଳେ ବ୍ୟବହୃତ ବାଲି, ଗୋଡ଼ି, ସିମେଣ୍ଟ ଆଦି କେତେ ଠିକ୍ ତାହା ଯାଞ୍ଚ କରାଯିବ। ଗତ ମାସରେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଏହି ଫ୍ଲାଏ ଓଭର ନିମ୍ନ ମାନର ନିର୍ମାଣ କରାଯାଉଥିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୨ ଦିନ ତଳେ ପୂର୍ତ୍ତ ବିଭାଗ ସଚିବ ବ୍ରହ୍ମପୁର ଗସ୍ତ କରି ଗେଟବଜାର ଫ୍ଲାଏ ଓଭର ପରିଦର୍ଶନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking