31.1 C
Bhubaneswar
Monday, September 28, 2026
Homeଦେଶ ବିଦେଶଫୁଲୁଛି ମହାନଦୀ: ହୀରାକୁଦର ୨୮ ଗେଟ୍ ଖୋଲା

ଫୁଲୁଛି ମହାନଦୀ: ହୀରାକୁଦର ୨୮ ଗେଟ୍ ଖୋଲା

ନୂଆଦିଲ୍ଲୀ: ଛତିଶଗଡ଼ରେ ଲଗାଣ ବର୍ଷା ପରେ ଫୁଲୁଛି ମହାନଦୀ । ବଢ଼ୁଛି ଜଳସ୍ତର, ବଢ଼ୁଛି ବନ୍ୟା ଆଶଙ୍କା । ହୀରାକୁଦ ଜଳଭଣ୍ଡାରର ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦକୁ ପ୍ରତି ସେକେଣ୍ଡରେ ୬ ଲକ୍ଷ ୧୭ ହଜାର ୩୦୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୪ ଲକ୍ଷ ୯୬ ହଜାର ୬୦୨ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି ।ଆଜି ସକାଳ ୯ଟା ସୁଦ୍ଧା ମହାନଦୀରେ ପ୍ରାୟ ୮ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି । ହୀରାକୁଦରୁ ନିଷ୍କାସିତ ହେଉଥିବା ବନ୍ୟାଜଳ ରାତି ସୁଦ୍ଧା ମୁଣ୍ଡୁଳିରେ ପହଞ୍ଚିବାର ଆଶଙ୍କା ରହିଛି । ବର୍ତ୍ତମାନ ମୁଣ୍ଡୁଳି ଦେଇ ୭ ଲକ୍ଷ ୫୪ ହଜାର ୩୮୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ବଢ଼ୁଥିବା ଜଳ ପ୍ରବାହକୁ ନେଇ ତଳିଆ ଅଞ୍ଚଳରେ ବନ୍ୟା ଭୟ ବଢ଼ିଛି । ହୀରାକୁଦର ଉପରମୁଣ୍ଡରେ ଥିବା ସୁଖାସୋଢ଼ା ଅଞ୍ଚଳରେ ନଦୀବନ୍ଧ ଡେଇଁ ଗାଁ ଆଡ଼କୁ ବନ୍ୟାଜଳ ମାଡ଼ି ଆସିଛି । ଫଳରେ ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି ।ସେପଟେ ତଳମୁଣ୍ଡରେ ମଧ୍ୟ ବନ୍ୟା ସ୍ଥିତି ବଢ଼ିବା ଆଶଙ୍କା ରହିଛି । କଟକ ଜିଲ୍ଲାର ବାଙ୍କୀ, ବଡ଼ମ୍ବା ଓ ଆଠଗଡ଼, ପୁରୀ ଜିଲ୍ଲାର କଣାସ, ନିମାପଡ଼ା ଓ ଗୋପ, ଜଗତସିଂହପୁରର ଏରସମା ଓ ବାଲିକୁଦା ଏବଂ କେନ୍ଦ୍ରାପଡ଼ାର ପାଟକୁରା ଓ ଡେରାବିଶ ଭଳି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ଆଶଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking