28.1 C
Bhubaneswar
Friday, September 25, 2026
Homeଓଡିଶାଅକ୍ଟୋବର୨ ରୁ ୟୁପିଆଇରେ ପେମେଣ୍ଟ ନେବେନି ବ୍ୟବସାୟୀ !

ଅକ୍ଟୋବର୨ ରୁ ୟୁପିଆଇରେ ପେମେଣ୍ଟ ନେବେନି ବ୍ୟବସାୟୀ !

ନୂଆଦିଲ୍ଲୀ: ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାର ଲଗାଇଥିବା ଦେୟକୁ ସାରା ଦେଶରେ ବ୍ୟବସାୟୀ ବିରୋଧ କରୁଛନ୍ତି। ଏହା ବିରୋଧରେ ଅକ୍ଟୋବର ୨ ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଦ୍ବାରା ୨୦୦୦ ଟଙ୍କାରୁ ଅଧିକ କାରବାର ଉପରେ ୦.୪% ଦେୟ ଲଗାଇବା ପ୍ରତିବାଦରେ ବ୍ୟବସାୟୀ ସଂଗଠନଗୁଡ଼ିକ ଏହି ଦିନକୁ ‘ନୋ ୟୁପିଆଇ ଡେ’ ଭାବରେ ପାଳନ କରିବାକୁ ଘୋଷଣା କରିଛନ୍ତି। ଏହି ଦିନ କୌଣସି ବ୍ୟବସାୟୀ ଓ ଦୋକାନୀ ୟୁପିଆଇରେ ଟଙ୍କା ନେବେ ନାହିଁ। ଖାଲି ସେତିକି ନୁହେଁ, ୟୁପିଆଇ କ୍ୟୁଆର୍ କୋଡ୍, ସ୍କାନର୍, ସାଉଣ୍ଡ ବକ୍ସ ଓ ଅନ୍ୟାନ୍ୟ ଡିଜିଟାଲ୍ ପେମେଣ୍ଟ ଡିଭାଇସ୍‌ଗୁଡ଼ିକୁ କଳା କପଡ଼ାରେ ଘୋଡ଼ାଇ ପ୍ରତିବାଦ ଜଣାଇବେ। ଅକ୍ଟୋବର ୧୫ରୁ କାର୍ଯ୍ୟକାରୀ ହେବାକୁ ଥିବା ଦେୟକୁ ପ୍ରତ୍ୟାହାର କରିବାକୁ ବ୍ୟବସାୟୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସ, ଇଣ୍ଡଷ୍ଟ୍ରି ଆଣ୍ଡ ଏଗ୍ରିକଲଚର (ଏମସିସିଆଇଏ)ର ସଭାପତି ରବୀନ୍ଦ୍ର ମଙ୍ଗଭେ କହିଛନ୍ତି ଯେ ଏହି ଆନ୍ଦୋଳନ କେବଳ ମହାରାଷ୍ଟ୍ର ମଧ୍ୟରେ ସୀମିତ ରହିବ ନାହିଁ, ବରଂ ଦେଶର ୫୦୦ରୁ ଅଧିକ ପ୍ରମୁଖ ବେପାରୀ ସଂଗଠନ ଏଥିରେ ଅଂଶଗ୍ରହଣ କରିବେ। ଏହି ସଂଗଠନ ମଧ୍ୟରେ ଅଲ୍ ଇଣ୍ଡିଆ କଞ୍ଜୁମର ପ୍ରଡକ୍ଟସ ଡିଷ୍ଟ୍ରିବ୍ୟୁସନ ଫେଡେରେସନ, ଫେଡେରେସନ ଅଫ ରିଟେଲ ଟ୍ରେଡର୍ସ ୱେଲଫେୟାର ଆସୋସିଏସନ, ଅଲ ଇଣ୍ଡିଆ ମୋବାଇଲ ରିଟେଲର୍ସ ଆସୋସିଏସନ, ଅଲ ଇଣ୍ଡିଆ ଜ୍ବେଲର୍ସ ଆଣ୍ଡ ଗୋଲ୍ଡସ୍ମିତ ଆସୋସିଏସନ ପ୍ରମୁଖ ସାମିଲ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking