27.1 C
Bhubaneswar
Monday, September 21, 2026
Homeଓଡିଶାଓଡ଼ିଆ ପିଜିଟି ଶିକ୍ଷକଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆୟୋଜନ

ଓଡ଼ିଆ ପିଜିଟି ଶିକ୍ଷକଙ୍କ ପାଇଁ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆୟୋଜନ

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ନିମନ୍ତେ ତାଲିମ୍ କର୍ମଶାଳାର ଆୟୋଜନ କରାଯାଇଛି । ଶିରିପୁରସ୍ଥିତି ଇମେଜ୍ ଠାରେ ପ୍ରାୟ ୧୦୦ ଜଣ ଓଡ଼ିଆ ବିଷୟର ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ନେଇ ତାଲିମ୍ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଉଦଘାଟନୀ ଅଧିବେଶନରେ ପିଏମ୍-ପୋଷଣ ଷ୍ଟେଟ୍ ନୋଡାଲ୍ ଅଫିସର୍ ଶ୍ରୀ ଭବାନୀ ପ୍ରସାଦ ମିଶ୍ର, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ଶ୍ରୀମତୀ ନିୟତି ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସ୍ନିଗ୍ଧା ମିଶ୍ର, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି, ଉପନିର୍ଦ୍ଦେଶକ ଶ୍ରୀମତୀ ସି.ଏଚ୍. ବିଜୟଲକ୍ଷ୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ପିଏମ୍-ପୋଷଣ ଷ୍ଟେଟ୍ ନୋଡାଲ୍ ଅଫିସର୍ ଶ୍ରୀ ମିଶ୍ର ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀମାନଙ୍କର ଆଦର୍ଶ ହେବାକୁ କହିଥିଲେ । ସେ କହିଛନ୍ତି, ଶିକ୍ଷକଙ୍କ ଦକ୍ଷତାକୁ ଚିହ୍ନି ଏହାର ଉପଯୋଗିତାକୁ ବୁଝିବା ହେଉଛି ତାଲିମ୍ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଏଥିସହ ଛାତ୍ର ଓ ଶିକ୍ଷକ ମଧ୍ୟରେ ରହୁଥିବା ବ୍ୟବଧାନକୁ ଚିହ୍ନଟ କରି ଏହାର ସମାଧାନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ଶ୍ରୀମତୀ ପଟ୍ଟନାୟକ ଉଦବୋଧନ ଦେଇ ପିଜିଟି ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ସର୍ବଦା ଜ୍ଞାନ ଆହରଣ ପ୍ରକ୍ରିୟା ଜାରି ରଖିବାକୁ ଉପଦେଶ ଦେଇଛନ୍ତି । ଶିକ୍ଷା ଦେବା ନିମନ୍ତେ ନିଜେ ଶିକ୍ଷା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସେ ମତ ପ୍ରକାଶ କରିଛନ୍ତି ।ସେହିପରି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି ସ୍ବାଗତ ଅଭିଭାଷଣ ରଖିବା ସହ ପାଞ୍ଚ ଦିନିଆ ତାଲିମ୍ କର୍ମଶାଳାର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ । ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପନିର୍ଦ୍ଦେଶିକା ସି.ଏଚ୍.ବିଜୟଲକ୍ଷ୍ମୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking