ମଧ୍ୟପ୍ରଦେଶ: ବର୍ଷା ପାଣି ସ୍ରୋତରେ ଭାସିଗଲା କାର। ୮ ଓଡିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଶନିବାର ସକାଳେ ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲାର ନାଲଖେଡାରେ ଥିବା ମା ବଗଲାମୁଖୀ ମନ୍ଦିର ନିକଟରେ ବର୍ଷା ଯୋଗୁଁ କାରଟି ପ୍ରଖର ସ୍ରୋତରେ ଭାସିଯାଇ ୮ ଓଡିଆଙ୍କ ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ପୁଲିସ ଅନୁସାରେ, ନାଲଖେଡା ସହରର ବାଗୁଲାମୁଖୀ ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି । ସେମାନେ ଗୋଟିଏ ପରିବାରର, ଜୟଦେବ ବିହାର ଅଞ୍ଚଳର । ମୃତକଙ୍କ ମଧ୍ୟରେ ତିନିଜଣ ଶିଶୁ ଏବଂ ଦୁଇ ଜଣ ମହିଳା ତିନି ଜଣ ପୁରୁଷ ରହିଛନ୍ତି । ସମସ୍ତ ମୃତକ ଓଡିଶାର ବାସିନ୍ଦା । ସେମାନେ ଉଜ୍ଜୟିନୀରୁ ମନ୍ଦିର ଦର୍ଶନ ପାଇଁ ଯାତ୍ରା କରିଥିଲେ ବୋଲି ଏସପି ଦିଲୀପ କୁମାର ସୋନି କହିଛନ୍ତି । ଆହୁରି କହିଛନ୍ତି ଯେ, ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଡ୍ରାଇଭର ପ୍ରବଳ ସ୍ରୋତ ମଧ୍ୟରେ ଶୀଘ୍ର ନଦୀ ପାର ହେବାକୁ ଚେଷ୍ଟା କରିଥାଇପାରନ୍ତି । ଯାହା ଫଳରେ ଦୁର୍ଘଟଣା ଘଟିଛି । ଘଟଣା ପରେ ଖବର ପାଇ ପୋଲିସ ଏବଂ ଉଦ୍ଧାର ବାହିନୀ ଟିମ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛି । ମୃତକଙ୍କ ପରିଚୟ ଯାଞ୍ଚ କରାଯାଉଛି ।










