32.1 C
Bhubaneswar
Thursday, September 17, 2026
Homeଓଡିଶାବିକ୍ରମ ପଣ୍ଡା ଜେଲରୁ ସାକ୍ଷୀଙ୍କୁ ଧମକ ଘଟଣା: ସତ ମାନିଲେ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ

ବିକ୍ରମ ପଣ୍ଡା ଜେଲରୁ ସାକ୍ଷୀଙ୍କୁ ଧମକ ଘଟଣା: ସତ ମାନିଲେ ଡାକ୍ତର ସୁଶାନ୍ତ ପାଣିଗ୍ରାହୀ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାରେ ଗିରଫ ହୋଇଥିବା ବିଜେଡିନେତା ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ମଦନ ଦଳାଇ ଓ ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କ ଫୋନ୍ ରେ ବାରମ୍ବାର ଫୋନ କଲ କରି ସାକ୍ଷୀଙ୍କୁ କେତେବେଳେ ଧମକ ତ ପୁଣି କେତେବେଳେ ପ୍ରଲୋଭନ ଦେଖାଇଥିବା ସାକ୍ଷୀଙ୍କ ଦ୍ୱାରା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା। ଡାକ୍ତର ସୁଶାନ୍ତ ପାଣିଗ୍ରାହୀଙ୍କୁ ପ୍ରାୟ ତିନିଘଣ୍ଟାର ଜେରା କରାଯାଇଥିବା ସୂଚନା ରହିଛି। ଡାକ୍ତରଙ୍କ ମୋବାଇଲ ଜବତ ହୋଇଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଜେରାବେଳେ ଡାକ୍ତର ସବୁ ସତ ମାନିଥିବା ସୂଚନା ରହିଛି। ଏନେଇ ବ୍ରହ୍ମପୁର ଗୋଶାଣୀନୂଆଗାଁ ପୁଲିସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି।ଜଣେ ଜେଲ ଡାକ୍ତର ହୋଇ, ଜେଲ ଭିତରକୁ ମୋବାଇଲ ମନା ଥିବା ବେଳେ କେମିତି ମୋବାଇଲ ନେଉଥିଲେ କାହିଁକି ଅଭିଯୁକ୍ତଙ୍କୁ ମୋବାଇଲ ଦେଉଥିଲେ ସେନେଇ ଅଧିକ ଖୋଳତାଡ଼ କରୁଛି ପୁଲିସ।

ଅଭିଯୋଗ ଅନୁସାରେ, ଗତ ଅଗଷ୍ଟ ୨୮ ତାରିଖରେ ବିକ୍ରମ ଓ ମଦନ ଜେଲ୍‌ ଡାକ୍ତର ଡା. ସୁଶାନ୍ତ ପାଣିଗ୍ରାହୀଙ୍କ ଚାମ୍ବରକୁ ଯାଇଥିଲେ।ସେଠାରେ ଡାକ୍ତର ପାଣିଗ୍ରାହୀ ଉକ୍ତ ସାକ୍ଷୀଙ୍କୁ ହ୍ୱାଟସଆପ୍‌ରେ କଲ୍ କରି କଥା ହୋଇଥିଲେ। ‘ତୁମ ସହ ବିକ୍ରମ କଥା ହେବାକୁ ଚାହୁଁଛନ୍ତି’ କହିବା ସହ ବିକ୍ରମଙ୍କୁ ଫୋନ ଦେଇଥିଲେ। ସିସିଟିଭିରୁ ବର୍ତ୍ତିବା ପାଇଁ ବିକ୍ରମ ମୋବାଇଲ୍ ନେଇ ଅନ୍ୟ ଏକ କୋଠରିକୁ ଯାଇ ସାକ୍ଷୀଙ୍କୁ ଧମକ ଦେଇଥିଲେ। ଏହାସହ ମଦନ ବି ତାଙ୍କୁ ଧମକ ଦେଇଥିବା ସଂକ୍ରାନ୍ତରେ ଚଳିତ ମାସ ୧ ତାରିଖରେ ସାକ୍ଷୀ ଶ୍ରୀ ମଙ୍ଗରାଜ ଗୋସାଣୀନୂଆଗାଁ ଥାନାରେ ଏତଲା ଦେଇଥିଲେ। ଫୋନ ବାର୍ତ୍ତାଳାପର ଅଡିଓ ରେକର୍ଡିଂ ସେ ପୁଲିସ ନିକଟରେ ଦାଖଲ କରିଛନ୍ତି। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ବରିଷ୍ଠ ଅଧିକାରୀ ମାମଲାର ତଦନ୍ତ କରିଥିବାବେଳେ ଏକ ଟିମ୍ ଜେଲ୍‌କୁ ଯାଇ ଡା.ସୁଶାନ୍ତଙ୍କୁ ପଚରାଉଚରା କରିବା ସହ ମୋବାଇଲ ଏବଂ ସିସିଟିଭି ଫୁଟେଜ୍‌ ଜବତ କରିଛି।ସମସ୍ତ ବୈଷୟିକ ପ୍ରମାଣ ହାସଲ ପରେ ଗତକାଲି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking