ନୂଆଦିଲ୍ଲୀ: ସାହସିକତା ସେନା ମେଡାଲ ବିଜେତାଙ୍କୁ ଆଜୀବନ ଟ୍ରେନ ଯାତ୍ରା ମାଗଣା । ସେନା, ନୌସେନା, ବାୟୁସେନା ମେଡାଲ (ସାହସିକତା) ବିଜେତା ପାଇବେ ସୁବିଧା । ସେନା ମେଡାଲ ବିଜେତାଙ୍କ ପରିବାର ସଦସ୍ୟ ବି ମାଗଣା ଟ୍ରେନ ଯାତ୍ରା କରିବେ । ଯଦି ଅବିବାହିତ ହୋଇ ସହିଦ ହୋଇଥିବେ ବାପା, ମା ପାଇବେ ସୁବିଧା । ଫାଷ୍ଟକ୍ରାସ, ସେକେଣ୍ଡ କ୍ଲାସ ଏସି, ଚେୟାର କାରରେ ଯାତ୍ରା କରିପାରିବେ । ଏହି ପୋର୍ଟାଲରେ ଆବେଦନ କରିପାରିବେ ।ଆବେଦନ କଲେ ଅନଲାଇନରେ ଟ୍ରେନ ଯାତ୍ରା ପାଇଁ ଇ- ପାସ ମିଳିବ । ଆସନ୍ତା ନଭେମ୍ବର ୧ରୁ ମାଗଣା ଟ୍ରେନ ଯାତ୍ରା ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।










