32.1 C
Bhubaneswar
Wednesday, September 16, 2026
Homeଦେଶ ବିଦେଶୟୁପିଆଇ ଟ୍ରାଞ୍ଜାକ୍ସନକୁ ନେଇ ବଡ଼ ପରିବର୍ତ୍ତନ: ୟୁଜର୍ସଙ୍କୁ ମିଳିଲା ଆଶ୍ବସ୍ତି

ୟୁପିଆଇ ଟ୍ରାଞ୍ଜାକ୍ସନକୁ ନେଇ ବଡ଼ ପରିବର୍ତ୍ତନ: ୟୁଜର୍ସଙ୍କୁ ମିଳିଲା ଆଶ୍ବସ୍ତି

ନୂଆଦିଲ୍ଲୀ : ଭାରତରେ ମାଗଣା ୟୁପିଆଇ ଟ୍ରାଞ୍ଜାକ୍ସନର ଯୁଗ ଶେଷ ହେଲା କି ? ଏହା ନିର୍ଭର କରେ ଆପଣ କିଏ ଏବଂ କେତେ ଟଙ୍କା ପଠାଉଛନ୍ତି କିମ୍ବା ଗ୍ରହଣ କରୁଛନ୍ତି ଉପରେ । ଯଦି ଆପଣ ଗ୍ରାହକ, ତେବେ ଆପଣ କିଛି ଦେବେ ନାହିଁ ।ଏହା ସମ୍ପୂର୍ଣ୍ଣ ମାଗଣା ରହିବ । ଏଥିରେ କୌଣସି ବ୍ୟତିକ୍ରମ ନାହିଁ । ଯଦି ଆପଣ ବ୍ୟବସାୟୀ ତେବେ ଏକା ଥରରେ ୨,୦୦୦ ଟଙ୍କାରୁ ଅଧିକ ଗ୍ରହଣ କରୁଛନ୍ତି, ତେବେ ଆପଣଙ୍କୁ ୦.୪% ଚାର୍ଜ ଦେବାକୁ ପଡ଼ିବ । ଯାହାର ସର୍ବାଧିକ ସୀମା ୩୦୦ ଟଙ୍କା ପର୍ଯ୍ୟନ୍ତ ରହିବ । ତେବେ ରେଳ ଟିକେଟ୍ ବୁକିଙ୍ଗ ଓ ଜ୍ୱାଳାନୀ ପେମେଣ୍ଟ ପରି କିଛି ଟ୍ରାଞ୍ଜାକ୍ସନରେ ଚାର୍ଜ ନିର୍ଦ୍ଧାରିତ ୫ ଟଙ୍କା ।

ଯଦି ଆପଣ ବନ୍ଧୁ କିମ୍ବା ଅନ୍ୟ ବ୍ୟକ୍ତିଙ୍କୁ ଟଙ୍କା ପଠାଉଛନ୍ତି, ତେବେ ଏହା ମାଗଣା ରହିବ । ସାଧାରଣ ଗ୍ରାହକ ଭାବେ ଆପଣ ସୁରକ୍ଷିତ । ଗ୍ରୋସେରି ଷ୍ଟୋର କିମ୍ବା ପେଟ୍ରୋଲ ପମ୍ପରେ ଆପଣଙ୍କ ଛୋଟ ଟ୍ରାଞ୍ଜାକ୍ସନରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆପଣ ଅତିରିକ୍ତ କିଛି ଦେବେ ନାହିଁ । ଯଦି ବିଲ୍ ୨,୦୦୦ ଟଙ୍କାରୁ ଅଧିକ, ତେବେ ବ୍ୟବସାୟୀ ଦେବେ। ଏହି ଚାର୍ଜଗୁଡ଼ିକ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ) ଦ୍ୱାରା ୟୁନିଫାଏଡ୍ ପେମେଣ୍ଟସ୍ ଇଣ୍ଟରଫେସ୍ (ୟୁପିଆଇ) ପାଇଁ ଘୋଷିତ ମର୍ଚେଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଫ୍ରେମୱାର୍କର ଅଂଶ। ଏହା ଅକ୍ଟୋବର ୧୫ ରୁ ଲାଗୁ ହେବ । ସରକାର କହିଛନ୍ତି ଯେ ଏହି ଟଙ୍କା ବ୍ୟାଙ୍କ ଓ ଆପ୍ ପ୍ରଦାନକାରୀଙ୍କୁ ଯିବ, ଯାହା ଦ୍ୱାରା ସେମାନେ କାର୍ଯ୍ୟ ଚାଲୁ ରଖିପାରିବେ ଏବଂ ବିସ୍ତାର କରିପାରିବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking