32.1 C
Bhubaneswar
Tuesday, September 15, 2026
Homeଦେଶ ବିଦେଶନାଇରୋବିରେ ୨୦୨୯ ବିଶ୍ବ ଆଥଲେଟିକ୍ସ

ନାଇରୋବିରେ ୨୦୨୯ ବିଶ୍ବ ଆଥଲେଟିକ୍ସ

ନୂଆଦିଲ୍ଲୀ: ବିଶ୍ୱ କ୍ରୀଡ଼ା ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି କେନିଆର ରାଜଧାନୀ ନାଇରୋବି। ୨୦୨୯ ବିଶ୍ବ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜନ ଅଧିକାର ନାଇରୋବିକୁ ମିଳିଛି। ଏହା ଫଳରେ ପ୍ରଥମ ଥର ପାଇଁ ଆଫ୍ରିକାର କୌଣସି ସହରରେ ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ଆଥଲେଟିକ୍ସ ପ୍ରତିଯୋଗିତା ଆୟୋଜିତ ହେବା ନିଶ୍ଚିତ ‌ହୋଇଛି।ମଙ୍ଗଳବାର ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ବିଶ୍ବ ଆଥଲେଟିକ୍ସ ପରିଷଦର ବୈଠକ ପରେ ନାଇରୋବିକୁ ୨୦୨୯ ସଂସ୍କରଣର ଆୟୋଜକ ଭାବେ ଘୋଷଣା କରାଯାଇଛି। ସେହିଭଳି ଜର୍ମାନୀର ମ୍ୟୁନିକ ସହରକୁ ୨୦୩୧ ବିଶ୍ବ ଆଥଲେଟିକ୍ସ ପ୍ରତିଯୋଗିତାର ଆୟୋଜନ ଅଧିକାର ମିଳିଛି।

 ନାଇରୋବିର ଏହି ଚୟନ ଆଫ୍ରିକୀୟ କ୍ରୀଡ଼ା ଜଗତ ପାଇଁ ଏକ ଐତିହାସିକ ଘଟଣା। ଏପର୍ଯ୍ୟନ୍ତ ଆଫ୍ରିକାର କୌଣସି ସହର ବିଶ୍ବ ଆଥଲେଟିକ୍ସର ଆୟୋଜନ କରି ନାହାନ୍ତି। ୨୦୨୯ରେ ନାଇରୋବି ଏହି ଇତିହାସ ରଚିବ। ପୂର୍ବରୁ ଏହି ସହର ୨୦୨୫ ବିଶ୍ବ ଆଥଲେଟିକ୍ସ ପ୍ରତିଯୋଗିତାର ଆୟୋଜନ ଲାଗି ଦାବି ଉପସ୍ଥାପନ କରିଥିଲା। ତେବେ ସେହିବର୍ଷର ଆୟୋଜନ ଅଧିକାର ଜାପାନର ଟୋକିଓକୁ ମିଳିଥିଲା। ଏହା ପରେ ନାଇରୋବି ପୁଣିଥରେ ଆୟୋଜନ ଅଧିକାର ପାଇଁ ଦାବି ରଖିଥିଲା ଏବଂ ଏଥର ଏଥିରେ ସଫଳ ହୋଇଛି। ଉଭୟ ୨୦୨୯ ଓ ୨୦୩୧ ସଂସ୍କରଣ ସେପ୍ଟେମ୍ବର ମାସରେ ଆୟୋଜିତ ହେବ। ବେଜିଂ ଆୟୋଜିତ ହେବାକୁ ଥିବା ୨୦୨୭ ବିଶ୍ବ ଆଥଲେଟିକ୍ସ ପ୍ରତିଯୋଗିତା ମଧ୍ୟ ସେପ୍ଟେମ୍ବରରେ ଖେଳାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking