30.1 C
Bhubaneswar
Tuesday, September 15, 2026
Homeଓଡିଶାରାଜ୍ୟରେ ଲାଗୁ ହେବ ୟୁସିସି !

ରାଜ୍ୟରେ ଲାଗୁ ହେବ ୟୁସିସି !

ଭୁବନେଶ୍ୱର: ଓଡ଼ିଶାରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ୨୦୨୯ ସୁଦ୍ଧା ୨୧ଟି ବିଜେପି ଶାସିତ ରାଜ୍ୟରେ ୟୁସିସି ଲାଗୁ କରିବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିବା ପରେ ଓଡ଼ିଶାରେ ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ବଢ଼ିଛି । ରାଜ୍ୟ ଆଇନ ବିଭାଗ ଏଥିପାଇଁ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବ । ପ୍ରଥମେ ୫ରୁ ୬ ଜଣିଆ ବିଶେଷଜ୍ଞ କମିଟି ଗଠନ ହୋଇ ୟୁସିସିର ରୂପରେଖ ପ୍ରସ୍ତୁତ କରିବ । ଏଥିରେ ଅବସରପ୍ରାପ୍ତ ବିଚାରପତି, ପ୍ରାଶାସନିକ ଅଧିକାରୀ, ସମାଜସେବୀ ଓ ଆଇନ ବିଭାଗର ଅଧିକାରୀ ସାମିଲ ହେବେ । ୟୁସିସି ଲାଗୁ ହେଲେ ବିବାହ, ଛାଡ଼ପତ୍ର, ଭରଣପୋଷଣ, ଉତ୍ତରାଧିକାର, ପୋଷ୍ୟ ସନ୍ତାନ ଗ୍ରହଣ ଓ ଲିଭ୍‌-ଇନ୍‌ ସମ୍ପର୍କ ପାଇଁ ଧର୍ମ ନିର୍ବିଶେଷରେ ସମାନ ଆଇନ ଲାଗୁ ହେବାର ଆଶା ରହିଛି । ତେବେ ଓଡ଼ିଶାର ୨୨.୮୫% ଜନଜାତି ଜନସଂଖ୍ୟା ଓ ସେମାନଙ୍କର ବିଭିନ୍ନ ପାରମ୍ପରିକ ଆଇନକୁ ନେଇ ଚ୍ୟାଲେଞ୍ଜ ରହିପାରେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking