31.1 C
Bhubaneswar
Monday, September 14, 2026
Homeଓଡିଶା୨ ବାଇକକୁ ଧକ୍କା ଦେଇ ଓଲଟିଲା ସ୍କୁଲ ବସ୍‌ : ବାଇକ୍‌ ଚାଳକ ମୃତ

୨ ବାଇକକୁ ଧକ୍କା ଦେଇ ଓଲଟିଲା ସ୍କୁଲ ବସ୍‌ : ବାଇକ୍‌ ଚାଳକ ମୃତ

ବଲାଙ୍ଗୀର: ବଲାଙ୍ଗିର ପୁଇଁନ୍ତଲା ଥାନା  ଅନ୍ତର୍ଗତ କୁଲୁଥିପାଲିରେ ଏକ ସ୍କୁଲର ବସ  ବାଇକକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛି। ଦୁର୍ଘଟଣା ପରେ ବସ ମଧ୍ୟ ଓଲଟି ପଡିଛି। ମୃତ ବ୍ୟକ୍ତି ଜଣକ  ବଲାଙ୍ଗିର କୁଲୁଥିପାଲି ଗ୍ରାମର ଘନଶ୍ୟାମ ପ୍ରଧାନ । ବଲାଙ୍ଗିରର ଏକ ସ୍କୁଲର ବସ୍ ଗଣେଶ ପୂଜା  ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା।  ଦ୍ରୁତ ଗତିରେ ଥିବା ହେତୁ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଦୁଇ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ମୃତ ବ୍ୟକ୍ତି ଜଣକ ଘନଶ୍ୟାମ ପ୍ରଧାନ ହୋଇଥିବା ବେଳେ ଗୁରୁତର ରବି ଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ଉଭୟେ ବଲାଙ୍ଗିର କୁଲୁଥିପାଲି ଗ୍ରାମର ବୋଲି ସୂଚନା ରହିଛି । ଅନ୍ୟପଟେ ଦୁର୍ଘଟଣା ଘଟାଇ ସ୍କୁଲ ବସ ଡ୍ରାଇଭର ଫେରାର ହୋଇଯାଇଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।  ଘଟଣା ସ୍ଥଳରେ ପୁଇଁନ୍ତଲା ପୋଲିସ ପହଞ୍ଚି ତଦନ୍ତ  କରୁଛି। ମୃତକଙ୍କ ପରିବାରକୁ କ୍ଷତିପୁରଣ ଦେବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking