ଭୁବନେଶ୍ୱର: ବରିଷ୍ଠ ସ୍ତ୍ରୀ ରୋଗ ଓ ପ୍ରସୂତି ବିଶେଷଜ୍ଞ ତଥା ଦୂରଦର୍ଶନ ନିୟମିତ ଆଲୋଚକ ଡାକ୍ତର ସଂଯୁକ୍ତା ମହାପାତ୍ରଙ୍କ ଆଜି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ବରିଷ୍ଠ ଚିକିତ୍ସା ବିଶେଷଜ୍ଞ, ଭାଇ ସାହିତ୍ୟ ପ୍ରବକ୍ତା ତଥା ନାଟ୍ୟକାର ଡାକ୍ତର ଶୈଳେଶ୍ୱର ନନ୍ଦ, ଦୁଇ ପୁତ୍ର, ବୋହୂ, ଝିଅ ଓ କୁଟୁମ୍ବ ଉପସ୍ଥିତ ଥିଲେ।ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପୀଡ଼ିତ ଥିଲେ। ଜଣେ ସରଳ, ନିଷ୍କପଟ, ସ୍ନେହୀ ଓ ପରୋପକାରୀ ଡାକ୍ତର ଭାବେ ସେ ବେଶ ଜଣାଶୁଣା ଥିଲେ। କଟକର ସମ୍ଭ୍ରାନ୍ତ ନନ୍ଦ ପରିବାରର ବୋହୂ ଭାବେ ସେ ବେଶ ଜଣାଶୁଣା ଥିଲେ। କଟକର ସମ୍ବାଦିକା ନନ୍ଦ ପରିବାରରେ ବୋହୂ ହିସାବରେ ସେ ଅନେକ ସାମାଜିକ ସଂଗଠନ ସହିତ ସାମିଲ ଥିଲେ। ତାଙ୍କ ବିୟୋଗରେ କଟକ ଓ ଭୁବନେଶ୍ୱରରେ ଶୋକର ଛାୟା ଖେଳିଯାଇଛି।










