ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଖିଣ୍ଡାର ସିଟିଆର୍ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଉଭୟ ଶିଶୁପୁତ୍ର ଓ ମାଆ ମୃତ୍ୟୁବରଣ କରିଥିବା ଜଣାଯାଇଛି।ସୂଚନା ଅନୁଯାୟୀ,ସିଟିଆର୍ ଛକରେ ବାଇକକୁ ଧକ୍କା ଦେଇଥିଲା କୋଇଲା ବୋଝେଇ ଟ୍ରକ୍। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ।










