31.1 C
Bhubaneswar
Sunday, September 13, 2026
Homeଦେଶ ବିଦେଶନଦୀକୁ ଖସିଲା ସରକାରୀ ବସ୍: ୩୦ରୁ ଅଧିକ ଆହତ

ନଦୀକୁ ଖସିଲା ସରକାରୀ ବସ୍: ୩୦ରୁ ଅଧିକ ଆହତ

ତାମିଲନାଡୁ: ତାମିଲନାଡୁର ତେଙ୍କାସିର ଭେଟ୍ଟାଇକ୍କରାଙ୍କଲମରେ ଏକ ସରକାରୀ ବସ୍ ନିୟନ୍ତ୍ରଣ ହରାଇ ଶୁଖିଲା ନଦୀକୁ ଖସିପଡ଼ିବାରୁ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ପ୍ରଶାସନ ଆହତ ଯାତ୍ରୀମାନଙ୍କୁ ବସ୍‌ରୁ ବାହାର କରି ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବସ୍‌ଟି କେଉଁ ପରିସ୍ଥିତିରେ ନିୟନ୍ତ୍ରଣ ହରାଇଥିଲା ତାହାର ପ୍ରକୃତ କାରଣ ନେଇ ତଦନ୍ତ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking