ପୁରୀ: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଛୁରା ମାଡ଼ । ପୁରୀ କଣାସ ରାଣିପଡ଼ା ଠାରେ ୩ଯୁବକୁ ଛୁରା ମାଡ଼ । ଆକ୍ରମଣରେ ତାପସ ରାଉତ ନାମକ ୧୮ ବର୍ଷୀୟ ଯୁବକ ଗୁରୁତର। ଅବସ୍ଥା ସଂକଟପନ୍ନ ଥିବାରୁ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଭୁବନେଶ୍ୱର କ୍ୟାପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି ।କଣାସ ବଜାରରୁ ନୂଆପଡ଼ା ଗାଁକୁ ବାଇକ୍ ଯୋଗେ ୩ ଯୁବକ ଯାଉଥିବା ବେଳେ ଛୁରାମାଡ଼ କରିଥିଲେ ଦୁର୍ବୁତ୍ତ । ଆହତ ଯୁବକ ହେଲେ ନୂଆପଡ଼ା ଗ୍ରାମର ତାପସ ରାଉତ । ଛୁରାମାଡ କରି ଚମ୍ପଟ ମାରିଥିବା ଦୁବୃର୍ତ୍ତଙ୍କ ବାଇକ୍ ଜବତ୍ ହୋଇଛି । ଅଭିଯୋଗ ପରେ ଘଟଣା ସ୍ଥଳରେ କଣାସ ପୋଲିସ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି ।










