28.1 C
Bhubaneswar
Saturday, September 12, 2026
Homeଦେଶ ବିଦେଶମୋଦୀଙ୍କୁ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ବଡ଼ ପ୍ରଶଂସା

ମୋଦୀଙ୍କୁ ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ବଡ଼ ପ୍ରଶଂସା

ନୂଆଦିଲ୍ଲୀ:  :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଶ୍ୱିକ ପ୍ରଭାବ ଓ ଅପାର ଲୋକପ୍ରିୟତାର ଖୋଲାଖୋଲି ପ୍ରଶଂସା କରିଛନ୍ତି ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍‌ । ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଆୟୋଜିତ ଦ୍ୱିପାକ୍ଷିକ ବୈଠକ ସମୟରେ ଦୁଇ ନେତାଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଓ ଉଷ୍ମ ଆଲୋଚନା ଦେଖିବାକୁ ମିଳିଥିଲା । ସାକ୍ଷାତ ଆଲୋଚନା ବେଳେ ମାଲେସିଆ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଥିଲେ, “ଆପଣ ଏତେ ଲୋକପ୍ରିୟ ଯେ, ଆପଣଙ୍କ ପାଖକୁ ବାର୍ତ୍ତା ପଠାଇବା ପାଇଁ ମୋତେ ବିଭିନ୍ନ ଆଡ଼ୁ ମେସେଜ୍ ଆସିଛି।” ମାଲେସିଆ ପ୍ରତିପକ୍ଷଙ୍କ ମୁହଁରୁ ନିଜ ଲୋକପ୍ରିୟତା ବାବଦରେ ଏପରି କଥା ଶୁଣି ପ୍ରଧାନମନ୍ତ୍ରୀ ମୋଦୀ ନିଜ ହସ ରୋକି ପାରିନଥିଲେ, ଯାହାର ଭିଡିଓ ଓ ସ୍ୱତନ୍ତ୍ର ଦୃଶ୍ୟ ଗଣମାଧ୍ୟମର କ୍ୟାମେରାରେ କଏଦ ହୋଇଛି ।

ଏହି ସାକ୍ଷାତକାର ସମୟରେ ଦୁଇ ନେତା ଶକ୍ତି, ପ୍ରତିରକ୍ଷା, ବାଣିଜ୍ୟ ଏବଂ ପୁଞ୍ଜିନିବେଶ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି କରିବାକୁ ନେଇ ସକାରାତ୍ମକ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୨୦୨୬ରେ ମୋଦୀଙ୍କ ମାଲେସିଆ ଗସ୍ତ ପରେ, ଚଳିତ ବର୍ଷ ଦୁଇ ନେତାଙ୍କ ମଧ୍ୟରେ ଏହା ଦ୍ୱିତୀୟ ବୈଠକ । ଏହି ଆଲୋଚନା କାଳରେ ଦୁଇ ଦେଶର ସମ୍ପର୍କର ସମୀକ୍ଷା କରାଯିବା ସହ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ୱିକ ମୁଦ୍ଦା ଉପରେ ଗୁରୁତ୍ୱାରୋପ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking