28.1 C
Bhubaneswar
Saturday, September 12, 2026
Homeଦେଶ ବିଦେଶୟୁଏଇ କ୍ରାଉନ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ୟୁଏଇ କ୍ରାଉନ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ :ବ୍ରିକ୍ସ ସମ୍ମିଳନୀ ୨୦୨୬ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ୟୁଏଇର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ୍‌ଙ୍କୁ ଭେଟିଛନ୍ତି। ଉଭୟ ପକ୍ଷ ମଧ୍ୟରେ ବାଣିଜ୍ୟ କରିଡର ଓ ନିବେଶ ବିସ୍ତାରକୁ ପ୍ରୋତ୍ସାହନ ଦେବା ଉପରେ ଦ୍ୱିପାକ୍ଷିକ ଆଲୋଚନା କେନ୍ଦ୍ରିତ ହୋଇଛି। ନୂଆଦିଲ୍ଲୀ ସ୍ଥିତ ହାଇଦ୍ରାବାଦ ହାଉସଠାରେ ଅନୁଷ୍ଠିତ ବୈଠକରେ ଦୁଇ ଦେଶ ବାଣିଜ୍ୟ, ଶକ୍ତି ସୁରକ୍ଷା କ୍ଷେତ୍ରରେ ସହଭାଗୀ ସମୃଦ୍ଧି ଉପରେ ଆଲୋଚନା କରିଛନ୍ତି। ବୈଠକ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ‘ଏକ୍ସ’ରେ ଲେଖିଛନ୍ତି ଯେ, ଭାରତ -ୟୁଏଇ ସମ୍ପର୍କରେ ଗତ କିଛି ବର୍ଷ ହେଲା ପରିବର୍ତ୍ତନ ଆସିଛି। ଦୁଇ ଦେଶ ନିଜ ମହତ୍ୱାକାଂକ୍ଷାକୁ ଆହୁରି ଉଚ୍ଚ କରିଛନ୍ତି।

ଶେଖ୍‌ ଖାଲେଦ ବିନ୍ ମହମ୍ମଦ ବିନ୍‌ ଜାୟେଦ ଅଲ୍‌ ନାହ୍ୟାନ୍‌ଙ୍କୁ ଭେଟି ପ୍ରତିରକ୍ଷା, ଏଆଇ, ମହାକାଶ, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଶକ୍ତି, ଖାଦ୍ୟ ସୁରକ୍ଷା ଏବଂ ସଂଯୋଗୀକରଣ କ୍ଷେତ୍ରରେ ଆମର ରଣନୈତିକ ସହଭାଗୀତାକୁ ଆଗକୁ ନେବା ବିଷୟରେ ଆଲୋଚନା କରାଯାଇଛି। ନିବେଶ ସମ୍ପର୍କଠାରୁ ଆରମ୍ଭ କରି ରଣନୈତିକ ଶକ୍ତି ଭିତ୍ତିଭୂମି ଏବଂ ଆଇଏମ୍‌ଇସି (ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର) ସଂଯୋଗୀକରଣରେ ନୂତନ ସମ୍ଭାବନା ପର୍ୟ୍ୟନ୍ତ, ଆଗକୁ ଅପାର ସମ୍ଭାବନା ରହିଛି ବୋଲି ମୋଦୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking